Hira Moti Manikara Pedi

ଏହେ-ଏହେ-ହେହେ
ଆହା-ହା

ହୀରା ମୋତି ମାଣିକର ପେଡ଼ି
ତୋ ପାଇଁ ମୁଁ ସବୁଦେବି ଛାଡ଼ି
ଖୋଜିବିନି କିଛି, ମାଗିବିନି କିଛି
ଦୁନିଆରୁ ଯିବି ବାହୁଡ଼ି

ତୋ ନାଁରେ ମୋ'ନାଁ ଯୋଡ଼ି
ତୋ ନାଁରେ ମୋ'ନାଁ ଯୋଡ଼ି

ରୁପା ଅଳତାର ସୁନା ଚୁଡ଼ି
ନଦେଲେ ନ ଦେବୁ ପଛେ ଗଢ଼ି
କହିବିନି କିଛି, ଚାହିଁବିନି କିଛି
ସବୁ ପ୍ରେମ ଦେବି ଅଜାଡ଼ି

ତୋ ନାଁରେ ମୋ'ନାଁ ଯୋଡ଼ି
ତୋ ନାଁରେ ମୋ'ନାଁ ଯୋଡ଼ି

ମନତଳେ ଥିଲା ମୋର ଅସାରେ ମେଘ
ତୁ ବୋଳିଦେଲୁ ଲକ୍ଷେ ଫଗୁଣ ରଙ୍ଗ
ଖୋଲାଥିଲା ଏଇ ମୋର ଆଖି ଝରକା
ବୋହୁ ସାଜି ଆସିଲୁ ତୁ ଛପି ଛପିକା

ଜହ୍ନରାତି ତାରା ଫୁଲକଢ଼ି
ତୋ ଠାରୁ କି ଯିବ କିଏ ବଢ଼ି?
ତୁ ଦେଲେ ଛୁଇଁ ଖରା ହେବ ଛାଇ
ପାହିଯିବ ରାତି ଦି'ଘଡ଼ି

ତୋ ନାଁରେ ମୋ'ନାଁ ଯୋଡ଼ି
ତୋ ନାଁରେ ମୋ'ନାଁ ଯୋଡ଼ି

ଗଣିନି ମୁଁ ମୋ ଆଖିର ପଲକ କେତେ
ଦିନ ରାତି ଖୋଜୁଥୁଲା କାହିଁକି ତତେ
ମାପିନି ମୁଁ ଆକାଶର ଦୁରତା କେତେ
ମନ କହେ ଉଡ଼ିବାକୁ ତୋ'ରି ସାଥେ

ଆସୁ ଖରା ମେଘ ନଈବଢ଼ି
ଯିବିନାହିଁ ତୋର ହାତ ଛାଡ଼ି
ତୁ ଥିଲେ ମୋର ସବୁ ସାତପର
ଜୀବନକୁ ଦେଲୁ ସଜାଡ଼ି

ତୋ ନାଁରେ ମୋ'ନାଁ ଯୋଡ଼ି
ତୋ ନାଁରେ ମୋ'ନାଁ ଯୋଡ଼ି
ତୋ ନାଁରେ ମୋ'ନାଁ ଯୋଡ଼ି
ତୋ ନାଁରେ ମୋ'ନାଁ ଯୋଡ଼ି
ତୋ ନାଁରେ ମୋ'ନାଁ ଯୋଡ଼ି
ତୋ ନାଁରେ ମୋ'ନାଁ ଯୋଡ଼ି



Credits
Writer(s): Arun Mantri, Basantraj Samal, Bijay Malla, Ganeswar Mohapatra, Malay Mishra, Nirmal Nayak
Lyrics powered by www.musixmatch.com

Link