Dinaku Mun Kahidele Rati

ତୋ ଆଖିରେ ଅଛି ମେଘ
ତୋ ଓଠ ରେ ଅଛି ଖରା
ତୁ ହସିଲେ ଇନ୍ଦ୍ରଧନୁ ଏ ସହର ସାରା

ଓ यारा ଓ यारा
ମାରିଦେଲା ତୋ ଚେହେରା

ତୋ ଆଖିରେ ଅଛି ଯାଦୁ
ତୋ ଛାତିରେ ବାସ୍ନା ଭରା
ତୁ ଆସିଲେ ପ୍ରେମ ଋତୁ ଏ ସହର ସାରା

ଓ यारा ଓ यारा
ମାରିଦେଲା ତୋ ଚେହେରା

ତୋ ଉପରେ ଯେବେ ମୋର ପଡିଗଲା ଆଖି
ଅଜଣାରେ ନିଜକୁ ମୁଁ ତତେ ଦେଲି ବିକି

ତୁ କେମିତି ଜାଣିବୁ ମୁଁ କେତେ ଆଶା ଆହର.
ତୋ ପାଖରେ ରହିଗଲା ମୋର ଏ ହୃଦୟ

ତୋ ପ୍ରେମ ରେ ଅଛି ନିଶା
ଝିଅ ନା ତୁ ମଧୁଶାଳା
ତୁ ବାସିଲେ ମହାକୁଛି ଏ ସହର ସାରା

ଓ यारा ଓ यारा
ମାରିଦେଲା ତୋ ଚେହେରା

ତୁ ବସିଲୁ ମୋ ହାତରେ ପ୍ରଜାପତି ହେଇ
ମହୁ ମହୁ ହେଇଗଲା, ମୋ ଜୀବନ ନଇଁ
ତୁ ଆସିଲୁ ଏ ଜୀବନେ ଏତେ ରଙ୍ଗ ନେଇ
ଢେଉ ଢେଉ ରଙ୍ଗରେ ମୁଁ ଯାଉଛି ଗାଧେଇ

ତୋ ସ୍ବପ୍ନ ରେ ଅଛି ଶୋଷ
ତୋ ମନ ରେ ସ୍ମୃତି ଧାରା
ତୁ ରୁଷିଲେ ବର୍ଷା ଋତୁ ଏ ସହର ସାରା

ଓ यारा ଓ यारा
ମାରିଦେଲା ତୋ ଚେହେରା
ଓ यारा ଓ यारा
ମାରିଦେଲା ତୋ ଚେହେରା



Credits
Writer(s): Farooq Qaiser, Nagrath Rajesh Roshan
Lyrics powered by www.musixmatch.com

Link