Bhala Paigali Tate

ତୁ ବୁଣିହେଇଗଲୁ ମୋ ବାଟ ସାରା
ମୁଁ ସାଉଁଟି ଚାଲୁଛି ତତେ
ତୁ ବୁଣିହେଇଗଲୁ ମୋ ହାତ ସାରା
ମୁଁ ମେହେନ୍ଦି କରିଛି ତତେ

ଏମିତି ତୁ ମହକି ଗଲୁ
ଏମିତି ତୁ ଚହଟି ଗଲୁ
ଏମିତି ତୁ ଚମକ ଦେଲୁ

ମୁଁ ଭଲ ପାଇ ଗଲିରେ ତତେ
ତୁ ବୁଣିହେଇଗଲୁ ମୋ ହାତ ସାରା
ମୁଁ ମେହେନ୍ଦି କରିଛି ତତେ
ମୁଁ ମେହେନ୍ଦି କରିଛି ତତେ

ନା ମୁଁ ଥିଲି ଭାବି
ନା ତୁ ଥିଲୁ ଭାବି
ଏତେ ସୁନ୍ଦର ଏ ପ୍ରେମ ପୃଥିବୀ

ନା ମୁଁ ଥିଲି ଜାଣି
ନା ତୁ ଥିଲୁ ଜାଣି
ପ୍ରେମ ରେ ମନ ଟା ଲାଗେ ସରାବି

ଏମିତି ତୁ ବରଷି ଗଲୁ
ଏମିତି ତୁ ଭରସା ଦେଲୁ
ଏମିତି ତୁ ଇଶାରା ଦେଲୁ

ମୁଁ ଭଲ ପାଇ ଗଲିରେ ତତେ
ତୁ ବୁଣିହେଇଗଲୁ ମୋ ଆଖି ସାରା
ମୁଁ ସପନ ଦେଖୁଚି ତତେ
ମୁଁ ସପନ ଦେଖୁଚି ତତେ

ନା ମୁଁ ଡାକିଥିଲି
ନା ତୁ ଡାକିଥିଲୁ
ଦୁହେଁ ଚାହିଁ ଦେଲେ ପଛକୁ ଫେରି

ନା ମୁଁ କହିଥିଲି
ନା ତୁ କହିଥିଲୁ
ଦୁହିଁଙ୍କୁ ଶୁଭିଲା ଏକା ଶାୟରି

ଏମିତି ତୁ ରଙ୍ଗେଇ ଦେଲୁ
ସପନରେ ଟଙ୍ଗେଇ ଦେଲୁ
ଏମିତି ତୁ ଆଶରା ଦେଲୁ

ମୁଁ ଭଲ ପାଇ ଗଲିରେ ତତେ
ତୁ ବୁଣିହେଇଗଲୁ ମୋ ବାଟ ସାରା
ମୁଁ ସାଉଁଟି ଚାଲୁଛି ତତେ
ମୁଁ ସାଉଁଟି ଚାଲୁଛି ତତେ



Credits
Writer(s): Prem Anand
Lyrics powered by www.musixmatch.com

Link