Banaste Dakila Gaja

ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ ଘେନି ନୁଆଁ ସଜ-ବାଜ
ବଉଳଲୋ, ଘେନି ନୁଆଁ ସଜ-ବାଜ

ପାଚିଲା ପଣସ, ଆମ୍ବ
ପାଚିଲା ପଣସ, ଆମ୍ବ
ପରଖି ନକଲୁ ଯାହାଠି ଭାବ
ଯାହାଠି ଭାବଲୋ ସେତ ଦିନେ ଦଗା ଦବ
ବଉଳଲୋ, ସେତ ଦିନେ ଦଗା ଦବ

ଦୋଳି ଛୁଇଁଯାଏ ଡାଳ
ଦୋଳି ଛୁଇଁଯାଏ ଡାଳ
ପରଦେଶୀ ପ୍ରେମ ସାଜଇ କାଳ
ସାଜଇ କାଳଲୋ କାନ୍ଦି-କାନ୍ଦି ଯାଏ ବେଳ
ସଙ୍ଗାତଲୋ, କାନ୍ଦି-କାନ୍ଦି ଯାଏ ବେଳ

ଥିରି-ଥିରି ଝୁଲା ଦୋଳି
ଥିରି-ଥିରି ଝୁଲା ଦୋଳି
ଓଢ଼ଣୀ ଯାଉଛି ପବନେ ଉଡ଼ି
ପବନେ ଉଡିଲୋ ଗଭାଫୁଲ ଯାଏ ଝଡ଼ି
ବଉଳଲୋ, ଗଭାଫୁଲ ଯାଏ ଝଡ଼ି

ଉଠିଲା ବାଉଁଶ ଗଜା
ଉଠିଲା ବାଉଁଶ ଗଜା
ପରବ ଭିତରେ ରଜତ ରଜା
ରଜତ ରଜାଲୋ ଆସ ମନେଇବା ମଜା
ବଉଳଲୋ, ଅସ ମନେଇବା ମଜା

ଆମ୍ବ ବନେ କେଳିକୁଞ୍ଜ
ଆମ୍ବ ବନେ କେଳିକୁଞ୍ଜ
କୁଆଁରୀ ଆଖିରେ କାଉଁରୀ ଲାଜ
କାଉଁରୀ ଲାଜଲୋ ନୂଆ-ନୂଆ ଲାଗେ ରଜ
ବଉଳଲୋ, ନୂଆ-ନୂଆ ଲାଗେ ରଜ

କାଇଁଚି କାକୁଡ଼ି ପିତା
କାଇଁଚି କାକୁଡ଼ି ପିତା
ନୂଆ-ନୂଆ ସିନା ପୀରତି ମିଠା
ପୀରତି ମିଠାଲୋ ପୁରୁଣା ହେଲେ ହିନସ୍ତା
ବଉଳଲୋ, ପୁରୁଣା ହେଲେ ହିନସ୍ତା

ଗଡି-ଗଡି ଗଲା ଗାଡ଼ି
ଗଡି-ଗଡି ଗଲା ଗାଡ଼ି
ବାପା ଆଣିଛନ୍ତି ସିଫନ ଶାଢ଼ୀ
ସିଫନ ଶାଢ଼ୀଲୋ ଫୁଲପକା ଜରି ଧଡ଼ି
ମକରଲୋ, ଫୁଲପକା ଜରି ଧଡ଼ି

ପାଦରେ ଅଳତା ନାଲି
ପାଦରେ ଅଳତା ନାଲି
ଯିଏ ଖସିଦେଲା ଗଭାରେ ମଲ୍ଲି
ଗଭାରେ ମଲ୍ଲିଲୋ ତାକୁ ମୁଁ ପାରୁନି ଭୁଲି
ମକରଲୋ, ତାକୁ ମୁଁ ପାରୁନି ଭୁଲି

ରଜ ଦୋଳି କଟମଟ
ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟଲୋ ଦିଶୁଥାଏ ଝଟ-ମଟ
ମକରଲୋ ଦିଶୁଥାଏ ଝଟ-ମଟ

ଘୋରିଲେ ଚନ୍ଦନ ଚୁଆ
ଘୋରିଲେ ଚନ୍ଦନ ଚୁଆ
ଆମ ନୁଆ ବୋଉ ଚନ୍ଦ୍ର ଉଦିଆ
ଚନ୍ଦ୍ର ଉଦିଆଲୋ କଥା କହେ ନୂଆ-ନୂଆ
ସଜନୀଲୋ, କଥା କହେ ନୂଆ-ନୂଆ

ନାକରେ ନହକା ନୋଥ
ନାକରେ ନହକା ନୋଥ
ଲୁଚା, ଛପା ପ୍ରେମ ସାରେ ମହତ
ସାରେ ମହତଲୋ ଦିନ, ରାତି ମାରେ ବାଟ
ବଉଳଲୋ, ଦିନ, ରାତି ମାରେ ବାଟ

ବେଦୀ ପରେ ହାତଗଣ୍ଠି
ବେଦୀ ପରେ ହାତଗଣ୍ଠି
କଣ କରିବୁ ହେଲେ ଚଉଠି?
ହେଲେ ଚଉଠିଲୋ ଲାଜେ ଫିଟିବନି ପାଟି
ବଉଳଲୋ, ଲାଜେ ଫିଟିବନି ପାଟି

ଏତ ଶେଷ ରଜ ମୋର
ଏତ ଶେଷ ରଜ ମୋର
ଆର ସନ ହବ ମୋ ବାହାଘର
ମୋ ବାହାଘରଲୋ ଭାଇ କିଣିଲେଣି ହାର
ସଙ୍ଗାତଲୋ, ଭାଇ କିଣିଲେଣି ହାର

ନୂଆବହୁ ରଜ ଭାର
ନୂଆବହୁ ରଜ ଭାର
ମିଠେଇ, ଉଖୁଡ଼ା, ପାନ ଖଇର
ପାନ ଖଇରଲୋ ଖାଇବାକୁ ନାହିଁ ତର
ବଉଳଲୋ, ଖାଇବାକୁ ନାହିଁ ତର

ଗଛରେ ରାବିଲା ପିକ
ଗଛରେ ରାବିଲା ପିକ
ମୋ ଭାଇର ସାଙ୍ଗ ଭାରି ରସିକ
ଭାରି ରସିକଲୋ ଛାତି କରେ ଧକ-ଧକ
ବଉଳଲୋ, ଛାତି କରେ ଧକ-ଧକ

ମାନୁଥିବୁ ରଜବିଧି
ମାନୁଥିବୁ ରଜବିଧି
ଚାଲିବୁ କଦଳୀ-ବାହୁଙ୍ଗା ବାନ୍ଧି
ବାହୁଙ୍ଗା ବାନ୍ଧିଲୋ ଗୁଆ ଖୋଳପାକୁ ପିନ୍ଧି
ମକରଲୋ ଗୁଆ ଖୋଳପାକୁ ପିନ୍ଧି

ଭାଙ୍ଗିଲି ସାହାଡ଼ା ଡ଼ାଳ
ଭାଙ୍ଗିଲି ସାହାଡ଼ା ଡ଼ାଳ
ନୂଆବହୁ ଭାଇ ହେଲା ମୋ କାଳ
ହେଲା ମୋ କାଳଲୋ ମାରିଦେଲା ଆଖିଠାର
ବଉଳଲୋ, ମାରିଦେଲା ଆଖିଠାର

ଗୁମିହେଲା ରଜବତୀ
ଗୁମିହେଲା ରଜବତୀ
ମାଟିକି ହାଣିଲେ ଫାଟେତା ଛାତି
ଫାଟେତା ଛାତିଲୋ ସେତ ମା' ବସୁମତୀ
ବଉଳଲୋ ସେତ ମା' ବସୁମତୀ

ରାଶିରୁ ଛାଡ଼ିଲା ଚୋପା
ରାଶିରୁ ଛାଡ଼ିଲା ଚୋପା
ଗୋଡ଼ରେ ନାଇଛୁ ସରୁ ଅଳତା
ସରୁ ଅଳତାଲୋ ମଥାରେ କୁଙ୍କୁମ ଟୋପା
ବଉଳଲୋ, ମଥାରେ କୁଙ୍କୁମ ଟୋପା

ଢମଣା ଛାଡ଼ିଲା କାତି
ଢମଣା ଛାଡ଼ିଲା କାତି
ପୁରୁଷ ସିନାଲୋ ଭ୍ରମର ଜାତି
ଭ୍ରମର ଜାତି ଲୋ ନୂଆ ଖୋଜୁଥାନ୍ତି ନିତି
ମକରଲୋ, ନୂଆ ଖୋଜୁଥାନ୍ତି ନିତି

ପଣସ ପାଚିଲା ବନେ
ପଣସ ପାଚିଲା ବନେ
ବନ ପୋଡ଼ିଗଲେ ଦୁନିଆ ଜାଣେ
ଦୁନିଆ ଜାଣେଲୋ ମନ କଥା କିଏ ଜାଣେ
ସଜନୀଲୋ, ମନ କଥା କିଏ ଜାଣେ

ନଈରେ କି ମାଛ ମଲା
ନଈରେ କି ମାଛ ମଲା
ସୀତା ସୁନ୍ଦରୀକୁ ରାବଣ ନେଲା
ରାବଣ ନେଲଲୋ ହନୁମନ୍ତ ଯୁଦ୍ଧ କଲା
ସଜନୀଲୋ, ହନୁମନ୍ତ ଯୁଦ୍ଧ କଲା

ଚହଟିଲା କୃଷ୍ଣଚୁଡ଼ା
ଚହଟିଲା କୃଷ୍ଣଚୁଡ଼ା
ରଜରେ ନଥାଏ ରନ୍ଧାକି ବଢ଼ା
ରନ୍ଧାକି ବଢ଼ାଲୋ ତିନିଦିନ ହାଣ୍ଡିଛଡ଼ା
ବଉଳଲୋ, ତିନିଦିନ ହାଣ୍ଡିଛଡ଼ା

ପଣସ, ଆମ୍ବ, ନଡ଼ିଆ
ପଣସ, ଆମ୍ବ, ନଡ଼ିଆ
ପିଠା, ପଣା, ଫଳ କି ସୁଆଦିଆ
କି ସୁଆଦିଆ ଲୋ ଖିଆପିଆ, ଦିଆନିଆ
ବଉଳଲୋ, ଖିଆପିଆ, ଦିଆନିଆ

ମେଘ ପଡେ ଝିପି-ଝିପି
ମେଘ ପଡେ ଝିପି-ଝିପି
ବାଟ ଚାଲୁଥିବୁ ପାଦକୁ ଚାପି
ପାଦକୁ ଚାପିଲୋ କଥା ହବୁ ମାପିଚୁଖି
ସଙ୍ଗାତଲୋ, କଥା ହବୁ ମାପିଚୁଖି

ଭାଙ୍ଗିଲି ବିଡ଼ିଆ ପାନ
ଭାଙ୍ଗିଲି ବିଡ଼ିଆ ପାନ
ରଜ ତିନିଦିନ ନାହିଁ ସିନାନ
ନାହିଁ ସିନାନଲୋ ଲୁଡୋ କରେ ଅଭିମାନ
ବଉଳଲୋ, ଲୁଡୋ କରେ ଅଭିମାନ

ଗରଜେ କଳା ବଉଦ
ଗରଜେ କଳା ବଉଦ
ମତେ ତ ବରସ ହେଲା ଚଉଦ
ହେଲା ଚଉଦଲୋ ଗଲାଣି ପିଲା ସୁଆଦ
ବଉଳଲୋ, ଗଲାଣି ପିଲା ସୁଆଦ



Credits
Lyrics powered by www.musixmatch.com

Link