Ore Ore Sathire

ଛାଇ ଯଦି ହେଲାନି ଦେହ ର
ଛାଇ ବିନା ଦେହକୁ ଧିକ୍କାର
ପାଦ କାଇଁ ମାଗିବ ବାଟ ର
ଅଧିକାର

ନଈ ଯଦି ହେଲାନି ନାଆ ର
ନଈ ବିନା ନାଆ ବି ବେକାର
ଆଖି କାଇଁ ଖୋଜିବ ଘାଟ ର
ବତୀଘର
ବତୀଘର

ଓରେ ଓରେ ସାଥି ରେ
ଭୁଲ୍ ବୁଝୁ କାଇଁ ମୋତେ ରେ
ଆଜି ବି ରଖିଛି ତୋତେ ରେ
ଏଇ ମୋର ଛାତି ରେ

ଓରେ ଓରେ ସାଥି ରେ
ଭୁଲ୍ ବୁଝୁ କାଇଁ ମୋତେ ରେ
ଆଜି ବି ରଖିଛି ତୋତେ ରେ
ଏଇ ମୋର ଛାତି ରେ

ପ୍ରେମ ମୋର ଚିରନ୍ତନ
ସ୍ବାସ୍ବତ ଅମର
ସେଥି ପାଇଁ ବିରହ ବି
ଲାଗୁଛି ମଧୁର

ପ୍ରେମ ମୋର ଅଧା ଭଙ୍ଗା
କୋଣାର୍କ ମନ୍ଦିର
ତଥାପି ବି, ହଟେ ନାହି
ତା ଠାରୁ ନଜର
ଜାଣିଗଲି ଯିଏ ପ୍ରେମ କରେ
ନିରବରେ ଦିନେ ଜଳିମରେ

ଓରେ ଓରେ ସାଥି ରେ
ଭୁଲ୍ ବୁଝୁ କାଇଁ ମୋତେ ରେ
ଆଜି ବି ରଖିଛି ତୋତେ ରେ
ଏଇ ମୋର ଛାତି ରେ

ଓରେ ଓରେ ସାଥି ରେ
ଭୁଲ୍ ବୁଝୁ କାଇଁ ମୋତେ ରେ
ଆଜି ବି ରଖିଛି ତୋତେ ରେ
ଏଇ ମୋର ଛାତି ରେ

ଧୁଆଁ ଧୁଆଁ ବାଟ ସାରା
ପାଉନି ମୁଁ ଦିଗ
ଲୁଟି ନେଲା ପରେ ଜଣେ
ମନରୁ ସରଗ

ହଁ ଛାଆଁ ଛାଆଁ ବଦଳିଲା
କେମିତି ଏ ଭାଗ୍ଯ
କାଲି ଯାହା ରଙ୍ଗ ଥିଲା
ଆଜି ସିଏ ଦାଗ

ବୁଝିଗଲି ଯିଏ ହସ ଭରେ
ସିଏବି ତ ଲୁହ ଦେଇପାରେ

ଓରେ ଓରେ ସାଥି ରେ
ଭୁଲ୍ ବୁଝୁ କାଇଁ ମୋତେ ରେ
ଆଜି ବି ରଖିଛି ତୋତେ ରେ
ଏଇ ମୋର ଛାତି ରେ

ଓରେ ଓରେ ସାଥି ରେ
ଭୁଲ୍ ବୁଝୁ କାଇଁ ମୋତେ ରେ
ଆଜି ବି ରଖିଛି ତୋତେ ରେ
ଏଇ ମୋର ଛାତି ରେ



Credits
Writer(s): Sarita Mishra, Swayam Padhi
Lyrics powered by www.musixmatch.com

Link