Niswa Kare He Mate

ନିଶ୍ୱ କରହେ ମୋତେ ବିଶ୍ବବିହାରୀ
ନିଶ୍ୱ କରହେ ମୋତେ ବିଶ୍ବବିହାରୀ

ଖାଲି ଖାଲି ଆସିଥିଲି
ଖାଲି ଖାଲି ଆସିଥିଲି
ଖାଲି ଯିବି ଫେରି

ଏତିକି ବୁଝିବା ମୋର ହେଇଗଲା ଡେ଼ରି
ନିଶ୍ୱ କରହେ ମୋତେ ବିଶ୍ବବିହାରୀ

ଅଳପ ଚାହିଁଲି, ଅନେକ ପାଇଲି
ଆଉ କିଛି ଚାହେଁନା
ଅମୃତ ଭାବନା କରେ ଆନମନା
କିଛି ଭଲ ଲାଗେନା

ହୋ, ଅଳପ ଚାହିଁଲି, ଅନେକ ପାଇଲି
ଆଉ କିଛି ଚାହେଁନା
ଅମୃତ ଭାବନା କରେ ଆନମନା
କିଛି ଭଲ ଲାଗେନା

ଜୀବନଟା ଲାଗିଲାଣି...
ଜୀବନଟା ଲାଗିଲାଣି ଏବେ ଭାରି ଭାରି

ଏତିକି ବୁଝିବା ମୋର ହେଇଗଲା ଡେ଼ରି
ନିଶ୍ୱ କରହେ ମୋତେ ବିଶ୍ବବିହାରୀ

ମଳୟ ପରସ ନପାଇ ପାରିଲେ
ବାସ ନାହିଁ ଚନ୍ଦନେ
ତମକୁ ନପାଇ ଯେତେ ଯେ' ପାଇଲେ
ଶାନ୍ତି ନାହିଁ ଜୀବନେ

ମଳୟ ପରସ ନପାଇ ପାରିଲେ
ବାସ ନାହିଁ ଚନ୍ଦନେ
ତମକୁ ନପାଇ ଯେତେ ଯେ' ପାଇଲେ
ଶାନ୍ତି ନାହିଁ ଜୀବନେ

ଅଶାନ୍ତିରୁ ପ୍ରଶାନ୍ତିକୁ...
ଅଶାନ୍ତିରୁ ପ୍ରଶାନ୍ତିକୁ ପ୍ରାଣ ହୁଏ ଝୁରି

ଏତିକି ବୁଝିବା ମୋର ହେଇଗଲା ଡେ଼ରି
ନିଶ୍ୱ କରହେ ମୋତେ ବିଶ୍ବବିହାରୀ

ଖାଲି ଖାଲି ଆସିଥିଲି
ଖାଲି ଖାଲି ଆସିଥିଲି
ଖାଲି ଯିବି ଫେରି

ଏତିକି ବୁଝିବା ମୋର ହେଇଗଲା ଡେ଼ରି
ନିଶ୍ୱ କରହେ ମୋତେ ବିଶ୍ବବିହାରୀ



Credits
Writer(s): Alekha Chandra Biswal, Sanjay Data Pal
Lyrics powered by www.musixmatch.com

Link