Sara Barasara Darasana Pare Naba Joubana Darshana

ସାରା ବରଷର ଦରଶନ ପରେ
ଆଜି ହେଲା ଦିବ୍ୟ ଦର୍ଶନ
ସାରା ବରଷର ଦରଶନ ପରେ
ଆଜି ହେଲା ଦିବ୍ୟ ଦର୍ଶନ

ଚର୍ମ ନୟନରେ ପଲକ ପଡେନା
ଚର୍ମ ନୟନରେ ପଲକ ପଡେନା
ଦେଖି ନବ ଯଉବନ

ସାରା ବରଷର ଦରଶନ ପରେ
ଆଜି ହେଲା ଦିବ୍ୟ ଦର୍ଶନ

ସେଇ ନୟନ, ସେଇ ଚାହାଣି
ଆଜି ଲାଗେ କାଇଁ ଟିକେ ନିଆରା
ସେଇ ଅଧର, ସେଇ ହସରେ
ଆଜି ଝରେ ବେଶି ପ୍ରେମ ଅସରା

ଲାଗୁଛି ଯେମିତି ଆଜି ହିଁ ହେଇଛି
ଲାଗୁଛି ଯେମିତି ଆଜି ହିଁ ହେଇଛି
ବେଶି ପୁଣ୍ୟ ଉପାର୍ଜନ

ସାରା ବରଷର ଦରଶନ ପରେ
ଆଜି ହେଲା ଦିବ୍ୟ ଦର୍ଶନ

ଛାଡ଼ିଲା ଜର କଳା ଠାକୁର
ଅଣ ସରଭରୁ ହେଲେ ବାହାର
ଦେଲେ ଦର୍ଶନ କରିଲେ ଧନ୍ୟ
ନବ ଯଉବନ କେଡେ ମଞ୍ଜୁଳ

ଲାଗୁଛି ଯେମିତି ଆଜି ହିଁ ଆସିଛି
ଲାଗୁଛି ଯେମିତି ଆଜି ହିଁ ଆସିଛି
ସବୁଠାରୁ ଶୁଭ ଦିନ

ସାରା ବରଷର ଦରଶନ ପରେ
ଆଜି ହେଲା ଦିବ୍ୟ ଦର୍ଶନ

ଚର୍ମ ନୟନରେ ପଲକ ପଡେନା
ଚର୍ମ ନୟନରେ ପଲକ ପଡେନା
ଦେଖି ନବ ଯଉବନ

ସାରା ବରଷର ଦରଶନ ପରେ
ଆଜି ହେଲା ଦିବ୍ୟ ଦର୍ଶନ
ଆଜି ହେଲା ଦିବ୍ୟ ଦର୍ଶନ
ଆଜି ହେଲା ଦିବ୍ୟ ଦର୍ଶନ



Credits
Writer(s): Manmath Mishra, Basanta Raj Samal
Lyrics powered by www.musixmatch.com

Link