To Aagare Kichhi Dhoopa

ତୋ ଆଗରେ କିଛି ଧୂପ
ମୋ ଆଗରେ କିଛି ଧୂପ
ତୋ ଦେହରେ କିଛି ଫୁଲ
ମୋ ଦେହରେ କିଛି ଫୁଲ

ତୋ ପାଇଁ ଦୀପ ଟିଏ
ମୋ ପାଇଁ ଦୀପ ଟିଏ
ତୋ ବେକରେ ମାଳ ଟିଏ
ମୋ ବେକରେ ମାଳ ଟିଏ

ତୁ ବଡ଼ ଦାଣ୍ଡେ ଯିବୁ
ମୁଁ ବଡ଼ ଦାଣ୍ଡେ ଯିବୁ
ତତେ ଟାଣି ଟାଣି ନେବେ
ମୋତେ ବୋହି ବୋହି ନେବେ

ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ଵର୍ଗଦ୍ୱାର ଯିବି
ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ବର୍ଗଦ୍ବାର ଯିବି

କାଳିଆ ରେ, ହୋ କାଳିଆ

ତୋ ଆଗେ ହରି ବୋଲ
ମୋ ଆଗେ ରାମ ନାମ
ତୋ ଦେହେ ପାଟ ଲୁଗା
ମୋ ଦେହେ ଧଳା ଲୁଗା
ତୋ ଆଗେ ହରି ବୋଲ
ମୋ ଆଗେ ରାମ ନାମ
ତୋ ଦେହେ ପାଟ ଲୁଗା
ମୋ ଦେହେ ଧଳା ଲୁଗା

ତୋ ମଥାରେ ସିନ୍ଦୁର
ମୋ ମଥାରେ ଅଭିର

ତୁ ବସି ବସି ଯିବୁ
ମୁଁ ଶୋଇ ଶୋଇ ଯିବି
ତୁ ହାତେ ହାତେ ଯିବୁ
ମୁଁ କାନ୍ଧେ କାନ୍ଧେ ଯିବି

ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥୁବି
ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି

ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ଵର୍ଗଦ୍ୱାର ଯିବି
ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ବର୍ଗଦ୍ବାର ଯିବି

କାଳିଆ-ରେ, ହୋ କାଳିଆ

ତୋ ଚାରି ପାଖେ ଲୋକ
ମୋ ଚାରି ପାଖେ ଲୋକ
ଲୋଡ଼ା ତୋ ପାଇଁ କାଠ
ଲୋଡ଼ା ମୋ ପାଇଁ କାଠ
ତୋ ଚାରି ପାଖେ ଲୋକ
ମୋ ଚାରି ପାଖେ ଲୋକ
ଲୋଡ଼ା ତୋ ପାଇଁ କାଠ
ଲୋଡ଼ା ମୋ ପାଇଁ କାଠ

ଝରିବ ଲୁହ ତୋ ପାଇଁ
ଝରିବ ଲୁହ ମୋ ପାଇଁ

ତତେ ନଡ଼ିଆ ଫିଙ୍ଗିବେ
ମୋତେ ଖଇ ଫିଙ୍ଗୁଥିବେ
ତତେ ଟେକି ଟେକି ନେବେ
ମୋତେ ଟେକି ଟେକି ନେବେ

ତୁ ରଥରେ ଚଢ଼ିବୁ, ମୁଁ ଜୁଇରେ ଚଢ଼ିବି
ତୁ ବାହୁଡ଼ି ଆସିବୁ, ମୁଁ ମାଟିରେ ମିଶିବି

ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ଵର୍ଗଦ୍ୱାର ଯିବି
ନନ୍ଦିଘୋଷରେ ତୁ ଯିବୁ
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ
ମୁଁ ଯେ ସ୍ବର୍ଗଦ୍ବାର ଯିବି

କାଳିଆ-ରେ, ଓ କାଳିଆ, କାଳିଆ



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link