Ratanabediki Chahan

ରତନବେଦୀ କି ଚାହାଁ ତୁଚ୍ଛା ପଡ଼ିଛି
ରତନପଲଙ୍କ ପରେ ବିଛା ଚାଲୁଛି
ଲକ୍ଷ୍ମୀ ଠାକୁରାଣୀ ମନ ଫିକା ପଡ଼ିଛି
ଫିକା ପଡ଼ିଛି ରେ ମନ ଫିକା ପଡ଼ିଛି

ରତନବେଦୀ କି ଚାହାଁ ତୁଚ୍ଛା ପଡ଼ିଛି
ରତନବେଦୀ କି ଚାହାଁ ତୁଚ୍ଛା ପଡ଼ିଛି
ରତନପଲଙ୍କ ପରେ ବିଛା ଚାଲୁଛି
ଲକ୍ଷ୍ମୀ ଠାକୁରାଣୀ ମନ ଫିକା ପଡ଼ିଛି
ଫିକା ପଡ଼ିଛି ରେ ମନ ଫିକା ପଡ଼ିଛି

ରତନବେଦୀ କି ଚାହାଁ...

ନାହିଁ ମୋ ନଟକୁ କିଆ
ଷାଠିଏ ପଉଟି ଖିଆ
ଲାଗିନି ଭକତ ଭିଡ଼
ଖିଆପିଆ, ଦିଆନିଆ

ଆନନ୍ଦ ବଜାରେ ଆହା କୁଆ ଉଡୁଛି

ଲକ୍ଷ୍ମୀ ଠାକୁରାଣୀ ମନ ଫିକା ପଡ଼ିଛି
ଲକ୍ଷ୍ମୀ ଠାକୁରାଣୀ ମନ ଫିକା ପଡ଼ିଛି

ରତନବେଦୀ କି ଚାହାଁ...

ରଥଯାତ କରି ଗଲା
ଭାଇ ଭଉଣୀ କି ନେଲା
ଘରେ ଘରଣୀ ଜଗାଇ
ବଡ଼ଦାଣ୍ଡେ ବିଜେ କଲା

ଏକା ଏ ବଡ଼-ଦେଉଳ ମାଡ଼ି ପଡୁଛି

ଲକ୍ଷ୍ମୀ ଠାକୁରାଣୀ ମନ ଫିକା ପଡ଼ିଛି
ଲକ୍ଷ୍ମୀ ଠାକୁରାଣୀ ମନ ଫିକା ପଡ଼ିଛି

ରତନବେଦୀ କି ଚାହାଁ...

ଭକତ ତା ପାଇଁ ଉଚ୍ଚ
ଆଉ ତ ସଭିଏଁ ତୁଚ୍ଛ
ନନ୍ଦିଘୋଷେ ବିଜେ କଲା
ସବୁ କରିଦେଇ ପଛ

କୋଟି ଭକତ ଙ୍କ ଇଛା ପୂର୍ଣ୍ଣ କରିଛି

ଲକ୍ଷ୍ମୀ ଠାକୁରାଣୀ ମନ ଫିକା ପଡ଼ିଛି
ଲକ୍ଷ୍ମୀ ଠାକୁରାଣୀ ମନ ଫିକା ପଡ଼ିଛି

ରତନବେଦୀ କି ଚାହାଁ ତୁଚ୍ଛା ପଡ଼ିଛି
ରତନବେଦୀ କି ଚାହାଁ ତୁଚ୍ଛା ପଡ଼ିଛି
ରତନପଲଙ୍କ ପରେ ବିଛା ଚାଲୁଛି
ଲକ୍ଷ୍ମୀ ଠାକୁରାଣୀ ମନ ଫିକା ପଡ଼ିଛି
ଫିକା ପଡ଼ିଛି ରେ ମନ ଫିକା ପଡ଼ିଛି

ରତନବେଦୀ କି ଚାହାଁ...



Credits
Writer(s): Biranchi Sahoo, Bakar Mohammad, Jogendra Behera
Lyrics powered by www.musixmatch.com

Link