Ranjhana

କାହିଁ ଲାଗେ ମିଠା-ମିଠା ସବୁ ତୋ ଭାବନା
ସାଜିଛି ଯେବେଠୁ ମୁଁ ତୋ ਸੱਜਣਾਂ
ଓ, କାହିଁ ଏତେ ଭଲପାଏ ତତେ ମୁଁ ଜାଣେନା
ସାଜିଛି ଯେବେଠୁ ମୁଁ ତୋ ਰਾਂਝਣਾਂ

କହି ମୁଁ ପାରେନା, ସହି ବି ହୁଏନା
ଏ ମନ ତୋ ବିନା ମାନେନା

କହୁଛି, କହିବି ଭଲ ପାଇଛି
ତତେ ପାଇ ଜିଇଁବା ଶିଖି ମୁଁ ଯାଇଛି
ଜିଇଁଛି, ଜିଇଁବି, କଥା ଦଉଛି
ତୋ ବିନା ଆସିବନା କେହି ଆସିଛି

ଇଛା ହୁଏ, ଢେଉ ହେଇ
ହଜିଯିବି ତୋ ଜ୍ୟୋସ୍ନାରେ
ଆସୁ ଯେବେ ହସିହସି
ମୋ କୂଳ ତତେ ଖୋଜେ ରେ

ନିଆଁ ଲାଗେ, ଧୂଆଁ ଉଠେ
ସାନି-ସାନି ତୋ ନିଶାରେ
ଜାଳୁ ଯେବେ ଥିରିଥିରି
ତୋ ନିଶା ମତେ ଚଢ଼େ ରେ

ଦିନ ମୋ ସରେନା
ରାତି ବି ପାହେନା
ଏ ସ୍ବପ୍ନ ତୋ ବିନା ଆସେନା

କହୁଛି, କହିବି ଭଲ ପାଇଛି
ତତେ ପାଇ ଜିଇଁବା ଶିଖି ମୁଁ ଯାଇଛି
ଜିଇଁଛି, ଜିଇଁବି, କଥା ଦଉଛି
ତୋ ବିନା ଆସିବନା କେହି ଆସିଛି

ତୁହା-ତୁହା ବରଷେ ଖାଲି
ଉଡ଼ି-ଉଡ଼ି ତୋ ମେଘରେ
ଛାଇପରି ଛାଇ ଯାଉ
ମୁଁ ତତେ ଦେଖି ଚମ୍କେ ରେ

କୁହୁକୁହୁ ସୁର ତାଳେ
ମିଶିଯାଏ ତୋ ମଧୁରେ
ଛାଇ ନିଦ ଲାଗିଯାଏ
ତୁ ମତେ ଡ଼ାକିଦଉ ରେ

ମନ ମୋ ବୁଝେନା
କିଛି ବି ଶୁଣେନା
ଏ ଆଖି ତୋ ବିନା ଦେଖେନା

କହୁଛି, କହିବି ଭଲ ପାଇଛି
ତତେ ପାଇ ଜିଇଁବା ଶିଖି ମୁଁ ଯାଇଛି
ଜିଇଁଛି, ଜିଇଁବି, କଥା ଦଉଛି
ତୋ ବିନା ଆସିବନା କେହି ଆସିଛି



Credits
Writer(s): Goodly Rath
Lyrics powered by www.musixmatch.com

Link