Aie Jibane Re

ଏଇ ଜୀବନରେ କେବେ କିଏ ଆସେ
ତାକୁ କେହି ଜାଣିପାରେ ନାହିଁ
ଏଇ ମନ ମୋର ଏକା-ଏକା ଥିଲା
ଆଜି ଯାଇଛି ତମକୁ ପାଇ

କାହିଁକି ଏମିତି? ଲାଗୁଛି ଯେମିତି

ତମେ ତ ମୋରି ପାଇଁ
ହଁ, ମୁଁ ତ ତମରି ପାଇଁ

ନଦୀକୁ ଯେମିତି (ଲା-ଲା), ସାଗର ମିଳିଲା (ଲା-ଲା)
ଜହ୍ନକୁ ଯେମିତି କଇଁ (ଲା-ଲା-ଲା)
ମତେ ବି ସେମିତି ମୋ ପ୍ରିୟା ମିଳିଲା
ଜନମ-ଜନମ ପାଇଁ

ହୋ, ପଣତକାନିରେ (ହଁ-ହଁ), ବାନ୍ଧି ମୁଁ ରଖିବି (ହୋ-ହୋ)
ପ୍ରେମର ବନ୍ଧନ ଏଇ
ଖୁସିର ଝରଣା ଛୁଇଁଛି ଅଗଣା
ସରଗ ଆସିଛି ନଇଁ

ସତେ ମୁଁ ଯେମିତି ଆକାଶ ଛୁଇଁଛି

ପ୍ରେମପକ୍ଷୀ ଟିଏ ହୋଇ
ହଁ, ପ୍ରୀତିର ଡେଣା ଲଗେଇ

ଦେଖିବି ତୁମକୁ (ହଁ-ହଁ), ଆଖି ମୁଁ ଖୋଲିଲେ (ହୋ-ହୋ)
ପଲକରେ ଥିବ ରହି
ଛୁଇଁବି ତୁମକୁ ଯେବେବି ଚାହିଁଲେ
ବରଷାର ଟୋପା ହୋଇ

ହଁ, ଗୋଲାପି ଓଠରୁ (ଲା-ଲା), ଝରିପଡୁ ଅଛି (ଲା-ଲା)
କଥା ସବୁ ମହୁ ହୋଇ (ଲା-ଲା-ଲା)
ଚାହାଣୀରେ ତୁମ କାହାଣୀ ରହିଛି
ମନରେ ଲେଖିବା ପାଇଁ

ଦୁନିଆଁରେ କୁହ କିଏ ଅଛି ଜଣେ

ପ୍ରେମ ଯିଏ କରିନାହିଁ
ହଁ, ମନର ମିଳନ ଏଇ
ହଁ, ମୁଁ ତ ତମରି ପାଇଁ
ହଁ, ତମେ ତ ମୋରି ପାଇଁ



Credits
Writer(s): Gopal Biswal
Lyrics powered by www.musixmatch.com

Link