Haire Hai Mana Khoji Bule

ହାଏରେ ହାଏ ମନ ଖୋଜିବୁଲେ
ମନ ଦେଇ ଡାକେ ମୋତେ ଯିଏ
ହାଁ, ସତ-ସତିକା କେହି ଆସିଗଲେ
ସରମରେ ନିଜେ ଲୁଚିଯାଏ

ଆଖିର ପଲକରେ, ଆଶାର ଆଲୋକରେ
ସପନର କୁହଡ଼ିରେ

ଚିହ୍ନା-ଚିହ୍ନା ମୁହଁ ତାର ଭିଜା-ଭିଜା ଦିଶେ ମେଘ ଛାଇ ତଳେ
ଚୁନା-ଚୁନା ଫୁଲ ପରି ରଙ୍ଗ ତା'ର ଫିଟେ ଖରା ହେଲେ
ଚିହ୍ନା-ଚିହ୍ନା ମୁହଁ ତାର ଭିଜା-ଭିଜା ଦିଶେ ମେଘ ଛାଇ ତଳେ
ଚୁନା-ଚୁନା ଫୁଲ ପରି ରଙ୍ଗ ତା'ର ଫିଟେ ଖରା ହେଲେ

ମା'ର ପଣତ, ବାପାଙ୍କର ହାତ ଜୀବନକୁ ଛାଇ ଦିଏ
ସପନକୁ ସତ କରେ
ହାଁ, ସରଗର ଚାନ୍ଦ ଆଣିଦିଏ ନିଦ ନୁଆଁ ସକାଳ ଆଶାରେ
ସୁରୁଜର ମୁରୁଜରେ

ଶୀତର କାକରରେ, ଶ୍ରବଣ ବରଷାରେ
ଫଗୁଣର ପବନରେ

ଧିମା-ଧିମା ସୁରେ ଗୀତ ଭଅଁର ତ ଗାଏ ଫୁଲ ଫୁଟିଗଲେ
ଝୁମା-ଝୁମା ଆଖି ଖୋଲେ ପ୍ରଜାପତି ଟିଏ ଉଡ଼ିଗଲେ
ଧିମା-ଧିମା ସୁରେ ଗୀତ ଭଅଁର ତ ଗାଏ ଫୁଲ ଫୁଟିଗଲେ
ଝୁମା-ଝୁମା ଆଖି ଖୋଲେ ପ୍ରଜାପତି ଟିଏ ଉଡ଼ିଗଲେ

(ପା-ସା-ସା-ରେ-ସା-ସା)
(ଗା-ମା-ଗା-ମା-ଗା-ମା-ରେ)
(ପା-ସା-ସା-ରେ-ସା-ସା)
(ପା-ସା-ସା-ରେ-ସା-ସା)
(ଗା-ମା-ଗା-ମା-ଗା-ମା-ରେ)
(ପା-ସା-ସା-ରେ-ସା-ସା)
(ଗା-ମା-ପା-ଧା-ନି-ଧା-ପା)

ପାପୁଲିରେ ଧରି ମାଟିର ମହକ ବୁଣିଦିଏ ଆକାଶରେ
ପ୍ରେମ-ଋତୁ ଛୁଇଁ ଗଲେ
ଅଳପ କଥାରେ, ଅଳପ ଲେଖାରେ ସବୁ କଥା ବୁଝିହୁଏ
ଭାବନାରେ ହଜିଗଲେ

ପାହାଡ଼ ଝରଣାରେ, ବନଲତା ଅଗଣାରେ
ସାଗରର ତରଙ୍ଗରେ

ଢଳ-ଢଳ ଆଖି ମୋର ଛଳ-ଛଳ ହୁଏ, ବାଟ ବୁଡ଼ିଗଲେ
ଟଳ-ମଳ ହୁଏ ପାଦ ବେସି ରାତି ହେଲେ, ଏକା ଥିଲେ
ଢଳ-ଢଳ ଆଖି ମୋର ଛଳ-ଛଳ ହୁଏ, ବାଟ ବୁଡ଼ିଗଲେ
ଟଳ-ମଳ ହୁଏ ପାଦ ବେସି ରାତି ହେଲେ, ଏକା ଥିଲେ



Credits
Writer(s): Baidyanath Dash
Lyrics powered by www.musixmatch.com

Link