Mrunmayee Murati Tu

ମୄଣମୟୀ ମୁରତି ତୁ, ଚିନ୍ମୟୀ ବିଭୁତି ତୁ
ମୄଣମୟୀ ମୁରତି ତୁ, ଚିନ୍ମୟୀ ବିଭୁତି ତୁ
ମହିଷମର୍ଦ୍ଦିନୀ ମା'ଲୋ, ଚରା-ଚର ବିଶ୍ବେ ତୁ
ମହିଷମର୍ଦ୍ଦିନୀ ମା'ଲୋ, ଚରା-ଚର ବିଶ୍ବେ ତୁ

ତୁ ଦେବୀ, ତୁ ମା'
ତୁ ଦେବୀ, ତୁ ମା'

ସାରା ଜଗତ ସର୍ଜନା ତୋର, ଜଗତ ଜନନୀ ତୁ

ମୄଣମୟୀ ମୁରତି ତୁ, ଚିନ୍ମୟୀ ବିଭୁତି ତୁ
ମହିଷମର୍ଦ୍ଦିନୀ ମା'ଲୋ, ଚରା-ଚର ବିଶ୍ବେ ତୁ
ମହିଷମର୍ଦ୍ଦିନୀ ମା'ଲୋ, ଚରା-ଚର ବିଶ୍ବେ ତୁ

ଆଶ୍ୱିନରେ ତୋର ଆଗମନ ପାଇଁ ସବୁଠି ପୂଜା-ଅର୍ଚନା
ସବୁଠି ବନ୍ଦନା
ଅଜୁନିଶମ୍ଭୁତା ଅଗ୍ନିରୁ ଜନ୍ମିଲୁ, ନିଜେ ତୋ ନିଜ କଳ୍ପନା
ନାହିଁ କେ' ତୁଳନା

ତୁ ଶକ୍ତି, ତୁ ଦୀପ୍ତି
ତୁ ଶକ୍ତି, ତୁ ଦୀପ୍ତି

ଆଲୋକରେ ତୋର ଅନ୍ଧାରର ଶେଷ, ଅସୁର ନାଶିନୀ ତୁ

ମୄଣମୟୀ ମୁରତି ତୁ, ଚିନ୍ମୟୀ ବିଭୁତି ତୁ
ମହିଷମର୍ଦ୍ଦିନୀ ମା'ଲୋ, ଚରା-ଚର ବିଶ୍ବେ ତୁ

ଧରଣୀରେ ଆଜି ଆବାହନ ତୋର, ଉଛୁଳେ ପ୍ରାଣ ସବୁରି
ଜୟ ମହିଶ୍ୱରୀ
ମନ୍ତ୍ରର ଧ୍ୱନିରେ ମାଟିରୁ ଆକାଶ ଆନନ୍ଦ ଯାଏ ସଂଚରି
କରେ କେ' ଗୁହାରି

ତୁ ଭକ୍ତି, ତୁ ମୁକ୍ତି
ତୁ ଭକ୍ତି, ତୁ ମୁକ୍ତି

ସବୁ ପାପନାଶୀ ସାରା ଦୁନିଆଁରେ ଆନନ୍ଦ ଭରିଦେ ତୁ

ମୄଣମୟୀ ମୁରତି ତୁ, ଚିନ୍ମୟୀ ବିଭୁତି ତୁ
ମୄଣମୟୀ ମୁରତି ତୁ, ଚିନ୍ମୟୀ ବିଭୁତି ତୁ
ମହିଷମର୍ଦ୍ଦିନୀ ମା'ଲୋ, ଚରା-ଚର ବିଶ୍ବେ ତୁ
ମହିଷମର୍ଦ୍ଦିନୀ ମା'ଲୋ, ଚରା-ଚର ବିଶ୍ବେ ତୁ
ମହିଷମର୍ଦ୍ଦିନୀ ମା'ଲୋ, ଚରା-ଚର ବିଶ୍ବେ ତୁ



Credits
Writer(s): Arun Kumar Mantri, Bijay Kumar Malla
Lyrics powered by www.musixmatch.com

Link