Puri Ku Jauchha

ଠାକୁର ଙ୍କୁ ମନ ଭିତରେ ଯେତେ ଡାକିଲେ ବି
ତଥାପି, ଥରୁଟିଏ ପୁରୀ ଯାଇ କାଳିଆ କୁ ଦେଖି ନ ଆସିଲେ, ମନ କଣ ବୁଝେ?
କିନ୍ତୁ ବନ୍ଧୁଗଣ, ସମସ୍ତଙ୍କ ଭାଗ୍ୟରେ କଣ ତାହା ଥାଏ?
ସମସ୍ତେ କଣ ଯାଇ ପାରନ୍ତି?
ତେବେ ଯିଏ ନ ଯାଇ ପାରିବ ସେ କରିବ କଣ?
ସେ ପ୍ରଶ୍ନ ର ଉତ୍ତର ଦେଉଛନ୍ତି "ଗୀତିକାର ଅଲେଖ ବିଶ୍ଵାଳ (ଗୀତ ରଚନା ରେ) ଏବଂ ସେଇକଥାକୁ ଆପଣ ମାନଙ୍କୁ ବର୍ତ୍ତମାନ ଶୁଣଉଛନ୍ତି ଶିଳ୍ପୀ ପ୍ରୀତିନନ୍ଦା ରାଉତରାୟ"

ପୁରୀକୁ ଯାଉଛ ପଇସା ନିଅ
ଦୀପ ଟିଏ ଜାଳିଦବ
ପୁରୀକୁ ଯାଉଛ ପଇସା ନିଅ
ଦୀପ ଟିଏ ଜାଳିଦବ

ତୁଳସୀ, ନିର୍ମାଲ୍ୟ, ନକ ବଳିତା
ତୁଳସୀ, ନିର୍ମାଲ୍ୟ, ନକ ବଳିତା
ମନେକରି ଆଣିଥିବ

ଜାଳିବି ମୁଁ ସଞ୍ଜଦୀପ
ସୁମରି ଶ୍ରୀଜଗନ୍ନାଥ
ଜାଳିବି ମୁଁ ସଞ୍ଜଦୀପ
ସୁମରି ଶ୍ରୀଜଗନ୍ନାଥ
ପୁରୀକୁ ଯାଉଛ ପଇସା ନିଅ
ଦୀପ ଟିଏ ଜାଳିଦବ
ପୁରୀକୁ ଯାଉଛ ପଇସା ନିଅ
ଦୀପ ଟିଏ ଜାଳିଦବ

ମୋ ପାଇଁ ଅବଢ଼ା ଆଣିବ ଯେବେ
ବାଟକୁ ରହିବି ଚାହିଁ
ସତେ ମୋ ଜୀବନ ହୋଇବ ଧନ୍ୟ
ଅବଢ଼ା ଅମୃତ ପାଇ

ମୋ ପାଇଁ ଅବଢ଼ା ଆଣିବ ଯେବେ
ବାଟକୁ ରହିବି ଚାହିଁ
ସତେ ମୋ ଜୀବନ ହୋଇବ ଧନ୍ୟ
ଅବଢ଼ା ଅମୃତ ପାଇ

ସାଇତି ରଖିବି ଖାଲି କୁଡୁଆ
ସାଇତି ରଖିବି ଖାଲି କୁଡୁଆ
ପୋତିବି ତୁଳସୀ ଗଛ

ଜାଳିବି ମୁଁ ସଞ୍ଜଦୀପ
ସୁମରି ଶ୍ରୀଜଗନ୍ନାଥ
ଜାଳିବି ମୁଁ ସଞ୍ଜଦୀପ
ସୁମରି ଶ୍ରୀଜଗନ୍ନାଥ
ପୁରୀକୁ ଯାଉଛ ପଇସା ନିଅ
ଦୀପ ଟିଏ ଜାଳିଦବ
ପୁରୀକୁ ଯାଉଛ ପଇସା ନିଅ
ଦୀପ ଟିଏ ଜାଳିଦବ

ଆହୁରି ସୁଆଦ ଛପନ ଭୋଗ
ମହକି-ମହକି ବାସେ
ତାଳ ପତର ର ଭୋଗେଇ ରେ ଭରି
ଆଣିବ ପୁରୀରୁ ସତେ

ଆହୁରି ସୁଆଦ ଛପନ ଭୋଗ
ମହକି-ମହକି ବାସେ
ତାଳ ପତର ର ଭୋଗେଇ ରେ ଭରି
ଆଣିବ ପୁରୀରୁ ସତେ

ଠାକୁରେ ମୋ ମନ ବୁଝିବେ ବୋଲି
ଠାକୁରେ ମୋ ମନ ବୁଝିବେ ବୋଲି
ଜଣାଉଛି ଯୋଡ଼ି ହାତ

ଜାଳିବି ମୁଁ ସଞ୍ଜଦୀପ
ସୁମରି ଶ୍ରୀଜଗନ୍ନାଥ
ଜାଳିବି ମୁଁ ସଞ୍ଜଦୀପ
ସୁମରି ଶ୍ରୀଜଗନ୍ନାଥ
ପୁରୀକୁ ଯାଉଛ ପଇସା ନିଅ
ଦୀପ ଟିଏ ଜାଳିଦବ
ପୁରୀକୁ ଯାଉଛ ପଇସା ନିଅ
ଦୀପ ଟିଏ ଜାଳିଦବ

ତୁଳସୀ, ନିର୍ମାଲ୍ୟ, ନକ ବଳିତା
ତୁଳସୀ, ନିର୍ମାଲ୍ୟ, ନକ ବଳିତା
ମନେକରି ଆଣିଥିବ

ଜାଳିବି ମୁଁ ସଞ୍ଜଦୀପ
ସୁମରି ଶ୍ରୀଜଗନ୍ନାଥ
ଜାଳିବି ମୁଁ ସଞ୍ଜଦୀପ
ସୁମରି ଶ୍ରୀଜଗନ୍ନାଥ
ଜାଳିବି ମୁଁ ସଞ୍ଜଦୀପ
ସୁମରି ଶ୍ରୀଜଗନ୍ନାଥ



Credits
Writer(s): Amrendra Mohanty, Alekh Bishwal
Lyrics powered by www.musixmatch.com

Link