Kau Dhana Khaila Boli

କାଉ ଧନ ଖାଇଲା ବୋଲି
କାଉ ଧନ ଖାଇଲା ବୋଲି ମାଇଲୁ ଏତେ
ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ
ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ

ବାପଘର ଯିବୁ ତୁ ଚାଲି ଦେଖାନି ଛଇ (ଆଁ)
ବାପଘର ଯିବୁ ତୁ ଚାଲି ଦେଖାନି ଛଇ
ଜାଣିଥା ଲୋ ପଛରେ ତୋର ଯିବିନି ଧାଇଁ
ଏ ଚିମ୍ପି, ଜାଣିଥା ଲୋ ପଛରେ ତୋର ଯିବିନି ଧାଇଁ

ଜାଣିବୁ ମଜା କେତେ ଖାଇଲେ ହାତେ ରାନ୍ଧି
ନିସ ତୋ ଯିବ ପୋଡ଼ି, ସକଉଥିବୁ କାନ୍ଦି
ଜାଣିବୁ ମଜା କେତେ ଖାଇଲେ ହାତେ ରାନ୍ଧି
ନିସ ତୋ ଯିବ ପୋଡ଼ି, ସକଉଥିବୁ କାନ୍ଦି

ନିସ ପଛକେ ପୋଡ଼ି ମୋ ଯାଉ
ଚୁଲି ଫୁଙ୍କିବି ନଡ଼ରି ଆଉ
ତୋର ଗୁମାନ ଯେତେ ଲୋ ଭାଙ୍ଗିବି ମୁହିଁ
ପଛେ ମଠକୁ ଯିବି ମୁଁ ବାବାଜି ହୋଇ

କାଉ ଧନ ଖାଇଲା ବୋଲି ମାଇଲୁ ଏତେ
କାଉ ଧନ ଖାଇଲା ବୋଲି ମାଇଲୁ ଏତେ
ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ

ଗଳାରେ ଦେବି ଫାଶୀ, ଜହର ଦେବି ଖାଇ
ଜାଳାରେ ତୋର ଆଉ ପାରିବି ନାହିଁ ରହି
ଗଳାରେ ଦେବି ଫାଶୀ, ଜହର ଦେବି ଖାଇ
ଜାଳାରେ ତୋର ଆଉ ପାରିବି ନାହିଁ ରହି

ଏଇ କଥାକୁ ଡ଼ରାଉ ଏତେ
ମନ ଚାହିଁଲେ ଯାହାକୁ ଯେତେ
ତୋର ସଉତୁଣୀ ଆଣି ରଖିବି ମୁହିଁ (ଆଁ.)
ଲୁହ ପୋଛି ପୋଛି ଦିନ ସରିବ ନାହିଁ

ମିଛେ ସିନା କହିଲି ପ୍ରାଣେ ରାଗୁଛ କାହିଁ?
ମିଛେ ସିନା କହିଲି ପ୍ରାଣେ ରାଗୁଛ କାହିଁ?
ଚାଲ ଯିବା ଘରକୁ ଆମ ଝଗଡ଼ା ନାହିଁ
ଏ ଚମ୍ପି, ଚାଲ ଯିବା ଘରକୁ ଆମ ଝଗଡ଼ା ନାହିଁ

ଚାଲ ଯିବା ଘରକୁ ଆମ ଝଗଡା ନାହିଁ
ହେ ଚମ୍ପି, ଚାଲ ଯିବା ଘରକୁ ଆମ ଝଗଡା ନାହିଁ
ଚାଲ ଯିବା ଘରକୁ ଆମ ଝଗଡା ନାହିଁ
ଚାଲ ଯିବା ଘରକୁ ଆମ ଝଗଡା ନାହିଁ
ହେ ଚମ୍ପି, ଚାଲ ଯିବା ଘରକୁ ଆମ ଝଗଡା ନାହିଁ
ହେ ଚମ୍ପି, ଚାଲ ଯିବା ଘରକୁ ଆମ ଝଗଡା ନାହିଁ



Credits
Writer(s): Basudev Rath, Brindaban Jana
Lyrics powered by www.musixmatch.com

Link