Netra Mani

ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି
ଲୋ ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି

ଲକ୍ଷ୍ମୀଙ୍କ ବିଜେ ବେଳ ହେଲାଣି ଲୋ ହେଲାଣି ଲୋ ହେଲାଣି

ଏ ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି
ଲୋ ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି

ମାସ ନାମ ମଗୁଶିର
ଋତୁ ଶୀତ-କାକର
ମାସ ନାମ ମଗୁଶିର
ଋତୁ ଶୀତ-କାକର

ବାର ନାମ ଗୁରୁବାର ଘରେ-ଘରେ ଆଦର
ବାର ନାମ ଗୁରୁବାର ଘରେ-ଘରେ ଆଦର
ଆସିଲା ନୂଆ ଧାନ ବସିଲା ଶେରମାଣ
ଦିଶିଲା କି ସୁନ୍ଦର ଘର ମଙ୍ଗଳା କୋଣ

ମାଆ ପାଇଁ ଭୋକ, ଶୋଷ ସବୁ ଚାଲି ଗଲାଣି ଲୋ ଗଲାଣି

ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି
ଲୋ ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି

ଶ୍ରୀୟା ନାମେ ଚଣ୍ଡାଳୁଣୀ ପୂଜା କରି ମାଆକୁ
ଶ୍ରୀୟା ନାମେ ଚଣ୍ଡାଳୁଣୀ ପୂଜା କରି ମାଆକୁ
ମହାଲକ୍ଷ୍ମୀ ପୁରାଣରେ ରଖିଗଲା ନାଆ କୁ
ମହାଲକ୍ଷ୍ମୀ ପୁରାଣରେ ରଖିଗଲା ନାଆ କୁ

ଯେଉଁଠି ଅଛି ଭକ୍ତି
ସେଠାରେ ନାହିଁ ଜାତି
ଅଚାରେ ଥିଲେ ସୂଚୀ
ହୁଅଇ ଲକ୍ଷ୍ମୀ ପ୍ରାପ୍ତି

ମାଣବସା ବହିଗୀତ ମନ କିଣି ନେଲାଣି ଲୋ ନେଲାଣି

ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି
ଲୋ ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି

ମାଆ ନାମ ପଦ୍ମାଳୟା, ପଦ୍ମଫୁଲେ ଶରଧା
ମାଆ ନାମ ପଦ୍ମାଳୟା, ପଦ୍ମଫୁଲେ ଶରଧା
ସୋରିଷ ଫୁଲରେ ପୁଣି ଶେରମାଣ ତାପୁଜା
ସୋରିଷ ଫୁଲରେ ପୁଣି ଶେରମାଣ ତାପୁଜା

ସୋରିଷ ଫୁଲ ଦେଖି
ଗୁମ୍ଫା କୁ ବାଟ ଚିହ୍ନି
ପାରିଲେ ବିଦ୍ୟାପତି
ନୀଳ ମାଧବ ଆଣି

ସ୍ମୃତି ଫୁଲେ ମାଗିଦେଇ କରୁଥିବା ମାଗୁଣି ଲୋ ମାଗୁଣି

ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି
ଲୋ ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି

ଲକ୍ଷ୍ମୀଙ୍କ ବିଜେ ବେଳ ହେଲାଣି ଲୋ ହେଲାଣି ଲୋ ହେଲାଣି

ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି
ଲୋ ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି
ଲୋ ନେତ୍ରମଣି, ସୋରିଷ ଫୁଲ ହସି ଦେଲାଣି



Credits
Writer(s): Alekh Biswal, Mix
Lyrics powered by www.musixmatch.com

Link