Hey Re Mora Kala Manika

ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ

ସେନେହ ଫୁଲ ତୁ
ଅମୂଲ ମୂଲ ତୁ
ଦୁଃଖୀର ଧନ ତୁ
ଭକ୍ତର ମନ ତୁ

ତତେ ରଖିବାକୁ ଲୋଡ଼ା ଖାଲି ଭାବ-ସିନ୍ଦୁକ

ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ

ଛିଣ୍ଡେଇ ପାରିନୁ ଖୁଆ-ଦଉଡ଼ି
କେମିତି ଟେକିଲୁ ଗୋବର୍ଦ୍ଧନ ଗିରି?
ଛିଣ୍ଡେଇ ପାରିନୁ ଖୁଆ-ଦଉଡ଼ି
କେମିତି ଟେକିଲୁ ଗୋବର୍ଦ୍ଧନ ଗିରି?

ମା' କୋଳେ ଲୁଚୁ ଅନ୍ଧାରକୁ ଡ଼ରି
କାଳୀୟ ଦଳନ କଲୁ କିପରି?

ମୁକତି ମାର୍ଗ ତୁ
ପୁଣ୍ୟର ସ୍ୱର୍ଗ ତୁ
ବିପଦେ ସାହା ତୁ
ଆପଦେ ଆହାଃ ତୁ

ତତେ ବୁଝିବାକୁ ଲୋଡ଼ା ଖାଲି ଭକ୍ତି ଟିକକ

ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ

ବାନ୍ଧି ପାରିଲାନି ରାଧାରାଣୀ ଲୁହ
କେମିତି ବାନ୍ଧିଲା ଖୁଦଭଜା କହ
ବାନ୍ଧି ପାରିଲାନି ରାଧାରାଣୀ ଲୁହ
କେମିତି ବାନ୍ଧିଲା ଖୁଦଭଜା କହ

ଦ୍ଵାରିକା-ରାଜା କାହିଁ ମୁରଲୀଧର
ସାରଥୀ ସାଜିଲୁ ଅର୍ଜୁନ ରଥର

ଅନ୍ଧର ଆଖି ତୁ
ଧର୍ମର ସାକ୍ଷୀ ତୁ
ଆନନ୍ଦଧାରା ତୁ
ହୃଦୟ-ହୀରା ତୁ

କହ କଉ ବେଳେ ଲେଖା ତୋର ମହାଜାତକ?

ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ

ସେନେହ ଫୁଲ ତୁ
ଅମୂଲ ମୂଲ ତୁ
ଦୁଃଖୀର ଧନ ତୁ
ଭକ୍ତର ମନ ତୁ

ତତେ ରଖିବାକୁ ଲୋଡ଼ା ଖାଲି ଭାବ-ସିନ୍ଦୁକ

ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ
ହାଏ-ହାଏ, ହାଏରେ ମୋର କଳା-ମାଣିକ
ହାଏରେ ମୋର କଳା-ମାଣିକ



Credits
Lyrics powered by www.musixmatch.com

Link