Rakata Tala Mala

ରକତ ଟଳମଳ ଖଇର ପାଞ୍ଚପଳ
କହ ଲୋ ସାଧବାଣୀଏ କେଉଁ ଦେଶ ଫଳ
ରକତ ଟଳମଳ ଖଇର ପାଞ୍ଚପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ

ତୁ ହୋଇଲୁ ରାଜରାଣୀ, ମୁଁ ହୋଇଲି ଯୋଗୀ
ଜୀବନ ବିଅର୍ଥ ହେଲା ହୋଇ ତୋର ଅନୁରାଗୀ
ତୋ ଲାଗି ସାହାଡ଼ା ଲୋ ଆଣିଲି ଯେ ଗୁଞ୍ଜମାଳି
କଳାମେଘି ପାଟ ଆଉ ଚନ୍ଦର ବାଉଳି

ତୋତେ ନଦେଖି ସାହାଡ଼ା ଲୋ ସବୁ ତିଆଗିଲି
ଯାହା ଆଣିଥିଲି ସବୁ ଥାଳେ ମଣ୍ଡାଇଲି
ବାତୁଳ ପ୍ରାୟ
ବାତୁଳ ପ୍ରାୟ ଖୋଜିଲି ଆକାଶ ବତାସ ଜଳ

କହଲୋ ସାଧବାଣୀ ଏ କେଉଁ ଦେଶ ଫଳ
ରକତ ଟଳମଳ ଖଇର ପାଞ୍ଚପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ

ତୋ ପାଇଁ ଖୋଳାଇଲି ବେଣ୍ଟ ଯେ ପୋଖରୀ
ଚଉକତି ଘେରାଇଲି ମେଘନାଦ ପାଚେରି
ହାଟଘାଟ ଜୁର କଲି ଚଉଁରୀ ଭିତରେ
ବିଦେଶ ଗଲି ସିନା ପରାଣ ତୋ କତିରେ

ରଜାପୁଅ କଲା ଚୋରି
ରଜାପୁଅ କଲା ଚୋରି ତୋ ରୂପରେ ହୋଇ ଭୋଳ

କହଲୋ ସାଧବାଣୀ ଏ କେଉଁ ଦେଶ ଫଳ
ରକତ ଟଳମଳ ଖଇର ପାଞ୍ଚପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ



Credits
Writer(s): Akshaya Mohanty, Binodini Devi
Lyrics powered by www.musixmatch.com

Link