Mardalia Aare

ମର୍ଦଳିଆ ଆରେ, ତାଳେ ତାଳେ ବଜା
ନାଚିବି ଆଜ ତ ମୁଇଁ ଲୋ, ନାଚିବି ଆଜ ତ ମୁଇଁ
ସାଙ୍ଗ-ସାଥି ସଙ୍ଗେ ପାଦ ମିଳାଇବି
ଥରେ ଯିବ ଗାଁ ଭୂଇଁ-ଲୋ, ଥରେ ଯିବ ଗାଁ-ଭୂଇଁ

ବସନ୍ତ ଖୋଲିଛି ରଙ୍ଗର ପିଢ଼ି ଲୋ
ଜୁଡ଼ାରେ ମାଳତୀ, ଜୁଇ
ମଲ୍ଲି-ମାଳ ଗୁନ୍ଥି ଦେହକୁ ସାଜିଛି
ତନ ମୋର ମହକଇ ଲୋ, ତନ ମୋର ମହକଇ

ମର୍ଦଳିଆ ଆରେ, ତାଳେ ତାଳେ ବଜା
ନାଚିବି ଆଜ ତ ମୁଇଁ ଲୋ, ନାଚିବି ଆଜ ତ ମୁଇଁ

ସହରୁ ଫେରିଛି କୁହୁକିଆ ସେତ
ମନ ମିତ ଖୋଜୁଥାଇ ଲୋ, ମନ ମିତ ଖୋଜୁଥାଇ
ବଉଳ କୁହଇ, "ଏ ଖଣ୍ଡ ମଣ୍ଡଳେ ମୋ ସରି ଆଉ କେ' ନାହିଁ ଲୋ, ମୋ ସରି ଆଉ କେ' ନାହିଁ"

ଆଖି ମିଳିଗଲା ମଦନ ରସର
ହୃଦ ଭେଦିଗଲା ଶଇ
ଓଠ ଥର ଥର, ଭାଷା ନଫୁଟଇ
ବିକଟା ହୁଏ ଖତେଇ ଲୋ, ବିକଟା ହୁଏ ଖତେଇ

ମର୍ଦଳିଆ ଆରେ, ତାଳେ ତାଳେ ବଜା
ନାଚିବି ଆଜ ତ ମୁଇଁ ଲୋ, ନାଚିବି ଆଜ ତ ମୁଇଁ

ମହୁରିଆ ତୁରେ, ବଜାରେ ତୋସରି
ନାଚିବି ଆଜ ତ ମୁଇଁ ଲୋ, ନାଚିବି ଆଜ ତ ମୁଇଁ
ମତୁଆଲା ମନ, ତନୁ ମୋ ଶିହରେ
କିଏ ଯାଏ ମନ ଛୁଇଁ ଲୋ? କିଏ ଯାଏ ମନ ଛୁଇଁ?

ବଜା ବଜା ଆରେ ମର୍ଦଳିଆ ବଜା, ମହୁରିଆ ତାନେ ତାନେ
ସଖିଙ୍କର ସଙ୍ଗେ ଶେଷ ନାଚ ମୋର
ରଖିବ ଏ ଭୂଇଁ ମନେ ଲୋ, ରଖିବ ଏ ଭୂଇଁ ମନେ

ମର୍ଦଳିଆ ଆରେ, ତାଳେ ତାଳେ ବଜା
ନାଚିବି ଆଜ ତ ମୁଇଁ ଲୋ, ନାଚିବି ଆଜ ତ ମୁଇଁ
ସାଙ୍ଗ-ସାଥି ସଙ୍ଗେ ପାଦ ମିଳାଇବି
ଥରେ ଯିବ ଗାଁ-ଭୂଇଁ ଲୋ, ଥରେ ଯିବ ଗାଁ-ଭୂଇଁ

ବସନ୍ତ ଖୋଲିଛି ରଙ୍ଗର ପିଢ଼ି ଲୋ
ଜୁଡ଼ାରେ ମାଳତୀ, ଜୁଇ
ମଲ୍ଲି-ମାଳ ଗୁନ୍ଥି ଦେହକୁ ସାଜିଛି
ତନ ମୋର ମହକଇ ଲୋ, ତନ ମୋର ମହକଇ

ମର୍ଦଳିଆ ଆରେ, ତାଳେ ତାଳେ ବଜା
ନାଚିବି ଆଜ ତ ମୁଇଁ ଲୋ, ନାଚିବି ଆଜ ତ ମୁଇଁ
ନାଚିବି ଆଜ ତ ମୁଇଁ ଲୋ, ନାଚିବି ଆଜ ତ ମୁଇଁ



Credits
Writer(s): Prabir Dash, Tarakanta Panda
Lyrics powered by www.musixmatch.com

Link