Taku Bhulijare Hrudaya

ତାକୁ ଭୁଲି ଯା ରେ ହୃଦୟ

ତାକୁ ଭୁଲି ଯା ରେ ହୃଦୟ
ଯିଏ ଗଲା ତୋତେ ଭୁଲି
କାହିଁ ଚାହିଁ ଛୁ ତା ବାଟକୁ
ପୁଣି ଫେରିବ ସେ ବୋଲି
କାନ୍ଦିବୁ ତୁ ଖାଲି

ତାକୁ ଭୁଲି ଯା ରେ ହୃଦୟ
ଯିଏ ଦେଲା ଲୁହ ଖାଲି
କାଇଁ ଖୋଜୁଛୁ ତା ପ୍ରେମ କୁ
ଯିଏ ଛାଡ଼ି ଗଲା ଚାଲି
ଜଳିବୁ ତୁ ଖାଲି

ତୁ ସିନା ତୋ ପ୍ରେମ ରେ କରିନୁ ଉଣା
ତୋ ପାଇଁ ତା ଛାତିରେ ହଜାରେ ଘୃଣା

ତୁ ସିନା ତୋ ପ୍ରେମ ରେ କରିନୁ ଉଣା
ତୋ ପାଇଁ ତା ଛାତିରେ ହଜାରେ ଘୃଣା

ଯାହା ପାଇଁ ମନ ଗୋଟେ ମାଟି ଖେଳନା
ତାକୁ ଭଲ ପାଇ ଖାଲି ମରିବୁ ସିନା

ତାକୁ ଭୁଲିଯା ରେ ହୃଦୟ
ଯିଏ ଦେଲା ତୋତେ ଧୋକା
କାଇଁ କାନ୍ଦୁଛୁ ରେ ତା ପାଇଁ
ଯିଏ କରି ଗଲା ଏକା
ବେଇମାନ୍ ପ୍ରେମିକା

ଭଲ ତାକୁ ପାଇଥିଲୁ ବିନା ସ୍ବାର୍ଥ ରେ
ଛାଡ଼ିଗଲା ତୋତେ ସିଏ ଅଧା ବାଟରେ

ଭଲ ତାକୁ ପାଇଥିଲୁ ବିନା ସ୍ବାର୍ଥ ରେ
ଛାଡ଼ିଗଲା ତୋତେ ସିଏ ଅଧା ବାଟରେ

ତୋତେ ଭୁଲି ସିଏ ଯଦି ଅଛି ଖୁସିରେ
କାହିଁକି ରଖିଛୁ ତାକୁ ତୋ ଛାତିରେ

ତାକୁ ଭୁଲି ଯା ରେ ହୃଦୟ
ଯିଏ ଚିରିଦେଲା ଛାତି
କାଇଁ ଝୁରୁଛୁ ରେ ତା ପାଇଁ
ଯିଏ ହେଲାନି ତୋ ସାଥୀ
ଜାଳିଦେ ତା ସୃତି



Credits
Writer(s): Shubhransu Sekhar Nayak
Lyrics powered by www.musixmatch.com

Link