Tu Mo Suna Chadhei (Title Song)

ଆଜିଠାରୁ ତୋ ଦେହର ହେଲି ମୁଁ ଛାଇ
ତୁ ମୋ ସୁନା ଚଢ଼େଇ
ଆଜିଠାରୁ ତୋ ଦେହର ହେଲି ମୁଁ ଛାଇ
ତୁ ମୋ ସୁନା ଚଢ଼େଇ

ତୋ ଛାତିର ସ୍ପନ୍ଦନ
ତୋ ସୁନେଲି ସପନ
ତୋ ବିତିଥିବା ଦିନ
ତୋ ମୋତିଝରା ମନ
ଯାହା ତୋର ସବୁ ମୋର ଗଲାରେ ହେଇ

ଆଜିଠାରୁ ତୋ ଦେହର ହେଲି ମୁଁ ଛାଇ
ମୁଁ ତୋ ସୁନା ଚଢ଼େଇ
ମୁଁ ତୋ ସୁନା ଚଢ଼େଇ

କଅଁଳ ଚଢ଼େଇ ଡ଼େଣା ଝାଡୁଥିଲା
ଆକାଶକୁ ଦେଖି ଡ଼ରି ଯାଉଥିଲା
ତୋରି ପ୍ରେମରେ ଉଡ଼ିବା ଶିଖିଲା
ମୋରି ଅଗଣା, ମୋରି ଠିକଣା
କହରେ କେମିତି ହେଲା ତତେ ଜଣା
ହୃଦୟକୁ ମୋର କଲୁ ବିକା-କିଣା

ତୋ ଦେହର ଦରଜ
ତୋ पिछला କରଜ
ତୁ ସୁଖର ସୁରୁଜ
ତୁ ଦୁଃଖର ମୁରୁଯ
ତୋ ପ୍ରେମ, ତୋ ସ୍ମୃତି ମୋର ଯାଇଚି ହେଇ

ଆଜିଠାରୁ ତୋ ଦେହର ହେଲି ମୁଁ ଛାଇ
ତୁ ମୋ ସୁନା ଚଢ଼େଇ
ତୁ ମୋ ସୁନା ଚଢ଼େଇ

ଯାହାତୁ କହିବୁ ତାହା ମୁଁ କରିବି
ତୋ ସିନ୍ଦୁରକୁ ଚନ୍ଦନ କରି ମୁଁ ପିନ୍ଧିବି
ତୋ ପାଇଁ ବରଷାରେ ବସନ୍ତ ଆଣିବି

ହୋ, କିଛି ଲୋଡ଼ା ନାହିଁ ପାଖେ-ପାଖେ ଥିବୁ
ସକାଳରୁ ସଞ୍ଜ ଭଲ ପାଉଥିବୁ
ମୋ ଛୋଟିଆ ଭୁଲକୁ କ୍ଷମା କରିଦବୁ

ତୋ ମଲ୍ଲିଫୁଲ ଖୋସା
ତୋ ଜପ-ତପ ଓଷା
ତୋ ପୁରାଣ ଚାଳିଶା
ତୋ ପଖାଳର କଂସା
ମୋ ନାଁରେ ଲେଖିଦେଲୁ ଭୁଲିବି ନାହିଁ

ହା, ହା, ହାଁ, ଆଜିଠାରୁ ତୋ ଦେହର ହେଲି ମୁଁ ଛାଇ
ମୁଁ ତୋ ସୁନା ଚଢ଼େଇ
ତୁ ମୋ ସୁନା ଚଢ଼େଇ
ମୁଁ ତୋ ସୁନା ଚଢ଼େଇ



Credits
Writer(s): Arun Mantry, Baidyanath Dash
Lyrics powered by www.musixmatch.com

Link