Emiti Ranga De

ଏମିତି ରଙ୍ଗ ଦେ'ଲୋ ଫୁଲ
ଏମିତି ରଙ୍ଗ ଦେ
ଏମିତି ରଙ୍ଗ ଦେ'ଲୋ ଫୁଲ
ଏମିତି ରଙ୍ଗ ଦେ

ଯେଉଁ ରଙ୍ଗ ଥରେ ମୋ ଦେହରେ ଲାଗିଲେ (ଲା-ଲା-ଲା)
ଯେଉଁ ରଙ୍ଗ ଥରେ ମୋ ଦେହରେ ଲାଗିଲେ
ଧୋଇ ପାରିବନି ଶ୍ରାବଣ କେବେ

ଏମିତି ରଙ୍ଗ ଦେ'ଲୋ ଫୁଲ
ଏମିତି ରଙ୍ଗ ଦେ
ଏମିତି ରଙ୍ଗ ଦେ'ଲୋ ଫୁଲ
ଏମିତି ରଙ୍ଗ ଦେ

ସବୁ ରଙ୍ଗ ଦେଖିଚି ମୁଁ
ପ୍ରେମ-ରଙ୍ଗ ଦେଖିନି
ସେଇ ରଙ୍ଗ କେବେ ଏଇ
ଦେହରେ ମୁଁ ମାଖିନି (ହୁଁ-ହୁଁ-ହୁଁ)

ହଁ, ସାତରଙ୍ଗ ଠାରୁ କାଳେ ସେଇ ରଙ୍ଗ ନିଆଁରା
ବଦଳେଇ ଦିଏ ସିଏ ଆଇନାରେ ଚେହେରା

ଏମିତି ସ୍ୱପ୍ନ ଦେ'ଲୋ ରାତି
ଏମିତି ସ୍ୱପ୍ନ ଦେ, ହଁ
ଏମିତି ସ୍ୱପ୍ନ ଦେ'ଲୋ ରାତି
ଏମିତି ସ୍ୱପ୍ନ ଦେ

ଯେଉଁ ସ୍ୱପ୍ନ ଥରେ ମୋ ଆଖିରେ ଆସିଲେ (ଲା-ଲା-ଲା)
ଯେଉଁ ସ୍ୱପ୍ନ ଥରେ ମୋ ଆଖିରେ ଆସିଲେ
ଭାଙ୍ଗି ପାରିବନି ସକାଳ କେବେ

ଏମିତି ରଙ୍ଗ ଦେ'ଲୋ ଫୁଲ
ଏମିତି ରଙ୍ଗ ଦେ
ଏମିତି ରଙ୍ଗ ଦେ'ଲୋ ଫୁଲ
ଏମିତି ରଙ୍ଗ ଦେ

ସପନରେ ଚିହ୍ନା-ଜଣା କେତେ ମୁହଁ ଦେଖିଚି
ତଥାପି ତ ସବୁ ରାତି ସାଥିଟିଏ ଖୋଜୁଚି (ହୁଁ-ହୁଁ-ହୁଁ)
ଓ, ସାଥି ବିନା ରଙ୍ଗହୀନ ଲାଗେ ସିନା ସପନ
ପ୍ରେମବିନା ରଙ୍ଗହୀନ ଲାଗେ ଏଇ ଜୀବନ

ଏମିତି ପ୍ରେମ ଦେ'ଲୋ ନଈ
ଏମିତି ପ୍ରେମ ଦେ, ହଁ
ଏମିତି ପ୍ରେମ ଦେ'ଲୋ ନଈ
ଏମିତି ପ୍ରେମ ଦେ

ଯେଉଁ ପ୍ରେମ ଥରେ ମୋ ମନରେ ଲାଗିଲେ (ଲା-ଲା-ଲା)
ଯେଉଁ ପ୍ରେମ ଥରେ ମୋ ମନରେ ଲାଗିଲେ
ଛୁଇଁ ପାରିବନି କଳଙ୍କ କେବେ

ଏମିତି ରଙ୍ଗ ଦେ'ଲୋ ଫୁଲ
ଏମିତି ରଙ୍ଗ ଦେ, ହଁ
ଏମିତି ରଙ୍ଗ ଦେ'ଲୋ ଫୁଲ
ଏମିତି ରଙ୍ଗ ଦେ

ଏମିତି ସ୍ୱପ୍ନ ଦେ'ଲୋ ରାତି (ହୁଁ-ହୁଁ-ହୁଁ)
ଏମିତି ସ୍ୱପ୍ନ ଦେ, ହଁ (ହୁଁ-ହୁଁ-ହୁଁ)
ଏମିତି ପ୍ରେମ ଦେ'ଲୋ ନଈ (ହୁଁ-ହୁଁ-ହୁଁ)
ଏମିତି ପ୍ରେମ ଦେ, ହଁ (ହୁଁ-ହୁଁ-ହୁଁ)



Credits
Writer(s): Arun Kumar Mantri, Bikash Das
Lyrics powered by www.musixmatch.com

Link