Manaku Karichi Kunjabana

ମନକୁ କରିଛି କୁଞ୍ଜବନ ମୋର, ପ୍ରେମକୁ କରିଛି ରାଧା
ମନକୁ କରିଛି କୁଞ୍ଜବନ ମୋର, ପ୍ରେମକୁ କରିଛି ରାଧା

ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?
ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?

ହୃଦୟ କରିଛି ଗୋପ ଗାଁ ମୋର, କୋଳକୁ ମା ଯଶୋଦା
ହୃଦୟ କରିଛି ଗୋପ ଗାଁ ମୋର, କୋଳକୁ ମା ଯଶୋଦା

ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?
ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?

ଆଖି ମୋର ଚାତକ ଚଢ଼େଇ
ତୁ କଳା ମେଘ, ତୁ କଳା ମେଘ
ଆଖି ମୋର ଚାତକ ଚଢ଼େଇ
ତୁ କଳା ମେଘ, ତୁ କଳା ମେଘ

ଏନ୍ତୁଡ଼ିରୁ ଯୋଡ଼ା ହୋଇ ଅଛି
ତୋ ସାଥେ ମୋ ଭାବ, ତୋ ସାଥେ ମୋ ଭାବ

ଦେହକୁ କରିଛି ରତ୍ନ ସିଂହାସନ, ସାଜିଅଛି ମୁଁ ସୁଭଦ୍ରା
ଦେହକୁ କରିଛି ରତ୍ନ ସିଂହାସନ, ସାଜିଅଛି ମୁଁ ସୁଭଦ୍ରା

ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?
ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?

ଶୁଣିଛି ମୁଁ ଦରିଏ ପାଣିରେ
ଭିଜେନା ତୋ ଦେହ, ଭିଜେନା ତୋ ଦେହ
ଶୁଣିଛି ମୁଁ ଦରିଏ ପାଣିରେ
ଭିଜେନା ତୋ ଦେହ, ଭିଜେନା ତୋ ଦେହ

ହେଲେ ତତେ ଭିଜେଇ ଦିଏ ରେ
ଭକତର ଲୁହ, ଭକତର ଲୁହ

ମତେ କନ୍ଦେଇଲେ ତୋ ପ୍ରାଣ କାନ୍ଦିବ
ଭକତ ଭାବେ ତୁ ବନ୍ଧା
ମତେ କନ୍ଦେଇଲେ ତୋ ପ୍ରାଣ କାନ୍ଦିବ
ଭକତ ଭାବେ ତୁ ବନ୍ଧା

ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?
ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?

ମନକୁ କରିଛି କୁଞ୍ଜବନ ମୋର, ପ୍ରେମକୁ କରିଛି ରାଧା
ମନକୁ କରିଛି କୁଞ୍ଜବନ ମୋର, ପ୍ରେମକୁ କରିଛି ରାଧା

ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?
ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?

ହୃଦୟ କରିଛି ଗୋପଗାଁ ମୋର, କୋଳକୁ ମା ଯଶୋଦା
ହୃଦୟ କରିଛି ଗୋପଗାଁ ମୋର, କୋଳକୁ ମା ଯଶୋଦା

ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?
ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?

ତୁ ଆ-ଆ-ଆ-ଆ ତତେ, କିଏ ଦେବ ବାଧା?
ତୁ ଆ ରେ କାଳିଆ ତତେ, କିଏ ଦବ ବାଧା?



Credits
Writer(s): Abhijit Majumdar, Nirmal Nayak
Lyrics powered by www.musixmatch.com

Link