Sajani (From "Smruti Bilas")

ସଜନୀ, ସଜନୀ
ନିଶି ବିତିବାକୁ ବାକି, ନଯାଅ ଏବେ ଗୋ ସଖି
ଆକାଶେ ଚାନ୍ଦ ମୋ ସାକ୍ଷୀ
ମୋ ମନ ଭରିନି, ଢ଼ଳିନି ରଜନୀ

ରଜନୀ, ରଜନୀ
ଢ଼ଳିଯିବ ଯଦି ଏବେ, ନଯାଇ ପାରିବି କେବେ
କଳଙ୍କ ତୁମର ନାମେ ସହି ପାରିବିନି
ମୁଁ ରହି ପାରିବିନି

ମୋ ମନ ଭରିନି, ଢ଼ଳିନି ରଜନୀ

ବସନ୍ତ ମଳୟ ବହେ, ପଣତ ତୁମ ଉଡ଼ାଏ
ତନକୁ ତୁମର ଛୁଇଁ ମନକୁ ମୋର ଜଳାଏ
ବସନ୍ତ ମଳୟ ବହେ, ପଣତ ତୁମ ଉଡ଼ାଏ
ତନକୁ ତୁମର ଛୁଇଁ ମନକୁ ମୋର ଜଳାଏ

ଚନ୍ଦକୁ ଚାହିଁ ଚୋକର
ଚାନ୍ଦକୁ ମୋର ଗାଏ
ନଯା' ରେ ସଜନୀ ନଯା'

ମୋ ମନ ଭରିନି, ଢ଼ଳିନି ରଜନୀ
ସହି ପାରିବିନି ମୁଁ, ରହି ପାରିବିନି

ଏ ରଜନୀ ଢ଼ଳିଯିବ, ଶେଷ ତାରା ଲୁଚିଯିବ
ଆକାଶେ ଚାନ୍ଦ ଛୁପିବ, ଉରୁବେ ସିନ୍ଦୁର ହେବ
ଏ ରଜନୀ ଢ଼ଳିଯିବ, ଶେଷ ତାରା ଲୁଚିଯିବ
ଆକାଶେ ଚାନ୍ଦ ଛୁପିବ, ଉରୁବେ ସିନ୍ଦୁର ହେବ

ବିବାସିତ ମନ ତୁମ
ତେବେ ବି ମତେ କହିବ
ଏ ମନ ଭରିନି ନଯା'
ଢ଼ଳିନି ରଜନୀ, ନଯା' ରେ ସଜନୀ

ମୋ ମନ ଭରିନି, ଢ଼ଳିନି ରଜନୀ

ଯୁଝିବା ଦୁନିଆଁ ସାଥେ, ଥିବ ଯଦି ତୁମେ ପାଖେ
ପଥେ ହାତ ଛାଡ଼ି ଗଲେ, ଆଗେ ଚାଲି ପାରିବିନି
ଚାନ୍ଦ, ତାରା ଢ଼ଳିଯାଉ, ମଥା ତମ କୋଳେ ଥାଉ
ଜୀବନ ମୁଁ ତୁମ ବିନା କେବେ ସହି ପାରିବିନି

ତୁମ ବିନା ଏ ଦୁନିଆଁ ଜଳ ବିନା ଯେ ତଟିନୀ
ପାଇ ତୁମକୁ ଜୀବନ ଚିରତ ରଙ୍ଗିନୀ, ଚିରତ ରଙ୍ଗିନୀ

ନଯା' ରେ ସଜନୀ, ମୋ ମନ ଭରିନି
ଢ଼ଳିନି ରଜନୀ, ନଯା' ରେ ସଜନୀ



Credits
Writer(s): Prabir Dash, Tarakanta Panda
Lyrics powered by www.musixmatch.com

Link