Jajabara Mu

ହୁଁ, ଯାଯାବର ମୁଁ ତୁମ ଠିକଣା
ନଦୀ ତୁ ହେଲେ ମୁଁ ଝରଣା
ମୋ ପାଇଁ ନୁହେଁ ତୁ ସହର
କାହାଣୀ ତୁ ମୋ ପିଲାଦିନର

ଆଜି ନାହିଁ କାହିଁ ଗୁଡ଼ି ଏବେବି? ଭାଙ୍ଗିନି ଖେଳନା
ଭୁଲା ମନ ତୋର ହେଲେ, ମତେ କେମିତି ଭୁଲୁନା?

ଭୁଲିନାହିଁ ତୋ ଶେଯ, ତୋ ଅଗଣା
ଭୁଲିନାହିଁ ମୁଁ ତୋ କାନି ତୋ ଛୁଆଁ
ହଜି ଯାଇଥିଲି ଭିଡ଼ ଭିତରେ
ରାଗିଥିଲି ହେଲେ ଭୁଲି ପାରିନି ତତେ

କେତେ ଅଭିମାନ, ଅଭିଯୋଗ, କାନ୍ଦୁଥିଲି ନୀରବରେ
ପୋଛି ସେଇ ଲୁହ ଆଜି ଆସିଛି ଆଉ ଥରେ

କେତେଥର ମୁଁ ଯେ ତୋ ସାଥେ
କଳି କରି ରାଗିଛି, ରୁଷିଛି କେତେ
ହେଲେ ତୋର ହସ ଲିଭେନା କେବେ
କେତେ ସପନ ଦେଖିଛି ତୋ ନଦୀ ତୀରେ
କେତେ ଆଶାର ନାଆ କରି, ଭସେଇଛି ତୋ ବରଷା ପାଣିରେ

ଭୁଲିନାହିଁ ତୋ ପରବର ଛବି
ଭୁଲିପାରିନି ତୋ ପୁରୁଣା ଗଳି
ହଜି ଯାଇଥିଲି ଭିଡ଼ ଭିତରେ
ରାଗିଥିଲି ହେଲେ ଭୁଲି ପାରିନି ତତେ

କେତେ ଅଭିମାନ, ଅଭିଯୋଗ, କାନ୍ଦୁଥିଲି ନୀରବରେ
ପୋଛି ସେଇ ଲୁହ ଆଜି ଆସିଛି ଆଉ ଥରେ

ରାଗ, ରୁଷାର ସେ ରାବଣକୁ ପୋଡ଼ି
ଭିଜିଯିବି ସ୍ମୃତିର ଶ୍ରାବଣରେ ଆଜି
ଶୁଣିଯା ଆଜି ତୁ କହିବିନି ପୁଣି
ରହିଛୁ ତୁ ମୋ ଛାତିରେ, ରହିଥିବୁ ସେମିତି



Credits
Writer(s): Saswat Maharana
Lyrics powered by www.musixmatch.com

Link