Mu Maribara Khabar Pai Khusi Habula Priya

ମୁଁ ମରିବାର ଖବର ପାଇ
ଖୁସି ହବୁ ଲୋ ପ୍ରିୟା

ମୁଁ ମରିବାର ଖବର ପାଇ
ଖୁସି ହବୁ ଲୋ ପ୍ରିୟା

ମୋ ପ୍ରେମ ପଛେ ପାଉଁଶ ହଉ
ହସୁ ଲୋ ତୋ ଦୁନିଆଁ

ଲିଭେଇ ମୁଁ ଦେଲି ଛାତିରୁ ତୋ ନାଆଁ
ନୂଆ ସାଥୀ ପାଇ ତୁ ଖୁସିରେ ଥା'

ଗୋଟେ ଶେଷ ଇଚ୍ଛା ମୋର ଅଛି ଲୋ ପ୍ରିୟା
ତୋ ହାତେ ଜଳୁ ମୋ ଯୁଇରେ ନିଆଁ
ଗୋଟେ ଶେଷ ଇଚ୍ଛା ମୋର ଅଛି ଲୋ ପ୍ରିୟା
ତୋ ହାତେ ଜଳୁ ମୋ ଯୁଇରେ ନିଆଁ

କାଲି ମୋ ପ୍ରେମ ଖୋଜୁଥିଲୁ ତୁ
ଆଜି ତୋ ପାଇଁ କଣ୍ଟାଟିଏ ମୁଁ

କାଲି ମୋ ପ୍ରେମ ଖୋଜୁଥିଲୁ ତୁ
ଆଜି ତୋ ପାଇଁ କଣ୍ଟାଟିଏ ମୁଁ

ତଥାପି କହେ ହୃଦୟ ମୋର
ଦୁଃଖ ନ ଆସୁ ଜୀବନେ ମୋର

ମତେ ଭୁଲି ପଛେ ଯଉଠି ତୁ ଥା'
ଖୁସି ତତେ ମିଳୁ ସବୁଦିନିଆ

ଗୋଟେ ଶେଷ ଇଚ୍ଛା ମୋର ଅଛି ଲୋ ପ୍ରିୟା
ତୋ ହାତେ ଜଳୁ ମୋ ଯୁଇରେ ନିଆଁ
ଗୋଟେ ଶେଷ ଇଚ୍ଛା ମୋର ଅଛି ଲୋ ପ୍ରିୟା
ତୋ ହାତେ ଜଳୁ ମୋ ଯୁଇରେ ନିଆଁ

ଥିଲୁ ତୁ ମୋର ସୁନା କଣ୍ଢେଇ
କିଏ ଲୋ ତତେ ନେଲା ଭୁଲେଇ?

ହୋ, ଥିଲୁ ତୁ ମୋର ସୁନା କଣ୍ଢେଇ
କିଏ ଲୋ ତତେ ନେଲା ଭୁଲେଇ?

ଭୁଲିଲୁ ବୋଲି ଦେବିନି ଦୋଷ
ଲାଗୁ ଲୋ ତତେ ମୋ ଆୟୁଷ

ଯାଉଛି ଲୋ ଛାଡ଼ି ତୋ ଦୁନିଆଁ
ମୋ ଆୟୁଷ ନେଇ ତୁ ଭଲରେ ଥା'

ଗୋଟେ ଶେଷ ଇଚ୍ଛା ମୋର ଅଛି ଲୋ ପ୍ରିୟା
ତୋ ହାତେ ଜଳୁ ମୋ ଯୁଇରେ ନିଆଁ
ଗୋଟେ ଶେଷ ଇଚ୍ଛା ମୋର ଅଛି ଲୋ ପ୍ରିୟା
ତୋ ହାତେ ଜଳୁ ମୋ ଯୁଇରେ ନିଆଁ



Credits
Writer(s): Manas Kumar, Sunil Maharana
Lyrics powered by www.musixmatch.com

Link