Bhala Paibaku Mora Khojibu Kali

ଭଲ ତତେ ପାଇଥିଲି ଗଲୁ ତୁ ଭୁଲି
ଭଲ ତତେ ପାଇଥିଲି ଗଲୁ ତୁ ଭୁଲି
ଆଜି ସିନା ମୋତେ ଛାଡ଼ି ଗଲୁଲୋ ଚାଲି
ଭଲ ପାଇବାକୁ ମୋର ଖୋଜିବୁ କାଲି

ଭଲ ତତେ ପାଇଥିଲି ଗଲୁ ତୁ ଭୁଲି
ଆଜି ସିନା ମୋତେ ଛାଡ଼ି ଗଲୁ ଲୋ ଚାଲି
ଭଲ ପାଇବାକୁ ମୋର ଖୋଜିବୁ କାଲି

ହାଏ ସବୁ ଭୁଲି ତୋ ପ୍ରେମରେ ପାଗଳ ଥିଲି
ଆଖିରେ ମୋ ଲୁହ ଦେଇ ଗଲୁ ତୁ ଚାଲି
ଭଲ ପାଇବାକୁ ମୋର ଖୋଜିବୁ କାଲି
ଭଲ ପାଇବାକୁ ମୋର ଖୋଜିବୁ କାଲି

ରଖିଥିଲି ଲୋ ତତେ ମୋ ଛାତିରେ
ଚାଲୁଥିଲି ମୁଁ ବାଟ ତୋ ସାଥିରେ
ହୋ ଭାବିଥିଲି ମୁଁ ତୁ ମୋର ନିଜର
ହେଇଗଲୁ ଲୋ ତୁ ଆଉ କାହାର
ଆଉ କାହା ହାତ ଧରି ଚାଲିବୁ ବୋଲି
ହୋ ଆଉ କାହା ହାତ ଧରି ଚାଲିବୁ ବୋଲି
ଅଧା ବାଟେ ହାତ ଛାଡି ଗଲୁଲୋ ଚାଲି
ଭଲ ପାଇବାକୁ ମୋର ଖୋଜିବୁ କାଲି

ନିଜଠୁ ନିଜର ତତେ ଭାବି ମୁଁ ଥିଲି
ସବୁ ପଛ କଥା ଆଜି ଗଲୁ ତୁ ଭୁଲି
ଭଲ ପାଇବାକୁ ମୋର ଖୋଜିବୁ କାଲି
ଭଲ ପାଇବାକୁ ମୋର ଖୋଜିବୁ କାଲି

କେତେ ସପନ ଦେଲୁ ତୁ ଦେଖେଇ
ଏକା କରିଲୋ ଗଲୁ ତୁ ଦୁରେଇ
ହୋ ବଞ୍ଚି ପାରୁନି ଆଜି ମୁଁ ତୋ ବିନା
ତତେ ଛାଡିଲୋ ମରିବି ପାରେନା
ମନ ତତେ ଦେଇଥିଲି ମାଗିଲୁ ବୋଲି
ହୋ ମନ ତତେ ଦେଇଥିଲି ମାଗିଲୁ ବୋଲି
ମନ ମୋର ଭାଙ୍ଗିଦେଇ ଗଲୁ ତୁ ଚାଲି
ଭଲ ପାଇବାକୁ ମୋର ଖୋଜିବୁ କାଲି

ଏମିତି ତୁ ବଦଳିବୁ ଭାବି ନଥିଲି
ନୁଆ ସାଥି ପାଇଁ ମୋତେ ଗଲୁ ତୁ ଭୁଲି
ଭଲ ପାଇବାକୁ ମୋର ଖୋଜିବୁ କାଲି
ଭଲ ପାଇବାକୁ ମୋର ଖୋଜିବୁ କାଲି
ଭଲ ପାଇବାକୁ ମୋର ଖୋଜିବୁ କାଲି



Credits
Writer(s): Shubhransu Sekhar Nayak
Lyrics powered by www.musixmatch.com

Link