To Manare Thila Jadi Aau Lo Kehi

ତୋ ମନରେ ଥିଲା ଯଦି ଆଉଲୋ କେହି
କାହିଁକି ଖେଳିଲୁ ମୋର ମନକୁ ନେଇ?
ତୋ ସପନ ଥିଲା ଯଦି ଆଉ କାହା ପାଇଁ
କାହିଁକି ଠକିଲୁ ମୋତେ ସାଥୀଟେ ହେଇ?

ତୋ ମନରେ ଥିଲା ଯଦି ଆଉଲୋ କେହି
କାହିଁକି ଖେଳିଲୁ ମୋର ମନକୁ ନେଇ?
ତୋ ସପନ ଥିଲା ଯଦି ଆଉ କାହା ପାଇଁ
କାହିଁକି ଠକିଲୁ ମୋତେ ସାଥୀଟେ ହେଇ?

ତୁ ଥୀଲୁ ମୋ ଦୁନିଆଁ ମୋ ଦିନ-ରାତି
କେମିତି କାହା ତତେ ଭୁଲିବି ସାଥି
ଭଲ ମୁଁ ପାଇଥିଲି ହୃଦୟ ଦେଇ
ହୃଦୟ ଭାଙ୍ଗି ମୋର ଗଲୁ ଦୁରେଇ

ତୋ ମନରେ ଥିଲା ଯଦି ଆଉଲୋ କେହି
କାହିଁକି ଖେଳିଲୁ ମୋର ମନକୁ ନେଇ?
ତୋ ସପନ ଥିଲା ଯଦି ଆଉ କାହା ପାଇଁ
କାହିଁକି ଠକିଲୁ ମୋତେ ସାଥୀଟେ ହେଇ?

ତୁ ଟିକେ କାନ୍ଦିଲେ ଲୋ
କାନ୍ଦେ ହୃଦୟ ମୋର
ତତେ ନିଜର କରି ଦୁନିଆ କଲି ପର

ମୋ ଭଲପାଇବାରେ କି ଦୋଷ ଥିଲା କହ?
କାହିଁକି ମୋ ଆଖିରେ ଦେଇ ଗଲୁଲୋ ଲୁହ?

ତୁ ଆଜି ପାଇଗଲୁ ତୋ ନୂଆ ସାଥି
ଭୁଲିଲୁ ପଛଦିନ ପୁରୁଣା ସ୍ମୃତି
ସପନ ସଜେଇଲୁ ଆଉ କାହା ପାଇଁ
ଜାଣିଗଲି ଲୋ ତୋର ହୃଦୟ ନାହିଁ

ତୋ ମନରେ ଥିଲା ଯଦି ଆଉଲୋ କେହି
କାହିଁକି ଖେଳିଲୁ ମୋର ମନକୁ ନେଇ?
ତୋ ସପନ ଥିଲା ଯଦି ଆଉ କାହା ପାଇଁ
କାହିଁକି ଠକିଲୁ ମୋତେ ସାଥୀଟେ ହେଇ?

କେମିତି ପ୍ରେମିକ ତୁ ଅଧାରୁ ଗଲୁ ଛାଡି
ଦେହରୁ ଜୀବନ ମୋ ନେଇ ଗଲୁଲୋ କାଢି
ଥରୁଟେ ଭାବିଲୁନି କେମିତି ବଞ୍ଚିବି ମୁଁ
ତୁ ଚାଲିଗଲା ପରେ କେମିତି ହସିବି ମୁଁ?

ତୁ ସିନା ହେଇଗଲୁ ଆଉ କାହାର
ଭୁଲି ପାରୁନି ତତେ ହୃଦୟ ମୋର
ଜାଣେ ତୁ ଆଉ କେବେ ଫେରିବୁ ନାହିଁ
ତଥାପି ରହିଛି ତୋ ବାଟ ଚାହିଁ

ତୋ ମନରେ ଥିଲା ଯଦି ଆଉଲୋ କେହି
କାହିଁକି ଖେଳିଲୁ ମୋର ମନକୁ ନେଇ?
ତୋ ସପନ ଥିଲା ଯଦି ଆଉ କାହା ପାଇଁ
କାହିଁକି ଠକିଲୁ ମୋତେ ସାଥୀଟେ ହେଇ?



Credits
Writer(s): Manas Kumar, Sunil Maharana
Lyrics powered by www.musixmatch.com

Link