To Lajua Othare

ତୋ ଲାଜୁଆ...
ତୋ ଲାଜୁଆ ଓଠରେ ହସ ଅଳପ
ତୋ ଲାଜୁଆ ଓଠରେ ହସ ଅଳପ

ଦେଖି ଲେଖିଦିଏ ମୁଁ କେତେ ଗଳପ
ହାଏ, ଦେଖି ଲେଖିଦିଏ ମୁଁ କେତେ ଗଳପ

ତୋ ଗୋରା...
ତୋ ଗୋରା ପାଦରେ ନାଲି ଅଳତା
ତୋ ଗୋରା ପାଦରେ ନାଲି ଅଳତା

ଦେଖି ଲେଖିଦିଏ ମୁଁ କେତେ କବିତା
ହାଏ, ଦେଖି ଲେଖିଦିଏ ମୁଁ କେତେ କବିତା

କବିତା, କବିତା, କବିତା
ତୁ ମୋ ହୃଦୟର ଶେଷ କବିତା
ହାଏ, ତୁ ମୋ ହୃଦୟର ଶେଷ କବିତା

ଫୁଲ ପରି ତୋର ନରମ ଦେହ ଲୋ
ସରମ ସରମ ଆଖି
ସେ ଆଖିକୁ ଦେଖି କେତେ ଯେ କାହାଣୀ
ରାତି, ରାତି ଯାଏ ଲେଖି

ଫୁଲ ପରି ତୋର ନରମ ଦେହ ଲୋ
ସରମ ସରମ ଆଖି
ସେ ଆଖିକୁ ଦେଖି କେତେ ଯେ କାହାଣୀ
ରାତି, ରାତି ଯାଏ ଲେଖି

ତୋ ଗଭାରେ ରଜନୀଗନ୍ଧା ମହକ
କରିଦିଏ ମତେ ତୋ ପ୍ରେମିକ

ମୁଁ ଦୀପ ହେଲେ ତୁ ମୋ ସଳିତା

କବିତା, କବିତା, କବିତା
ତୁ ମୋ ହୃଦୟର ଶେଷ କବିତା
ହାଏ, ତୁ ମୋ ହୃଦୟର ଶେଷ କବିତା

ଜହ୍ନ ପରି ତୋର ଫୁଲେଇ ମନ ଲୋ
ଭାରି ଅଭିମାନୀ ତୁ
ଲାଜକୁଳୀ ପରି ଯାଉ ତୁ ଝାଉଁଳି
ତତେ ଟିକେ ଛୁଉଁ-ଛୁଉଁ

ଜହ୍ନ ପରି ତୋର ଫୁଲେଇ ମନ ଲୋ
ଭାରି ଅଭିମାନୀ ତୁ
ଲାଜକୁଳୀ ପରି ଯାଉ ତୁ ଝାଉଁଳି
ତତେ ଟିକେ ଛୁଉଁ-ଛୁଉଁ

ତୋ ରାଜହଂସୀ ଚାଲି କରେ କୁହୁକ
କରିଦିଏ ମତେ କବି ଭାବୁକ

ମୁଁ ଶାମୁକା ହେଲେ ତୁ ମୁକୁତା

କବିତା, କବିତା, କବିତା
ତୁ ମୋ ହୃଦୟର ଶେଷ କବିତା
ହାଏ, ତୁ ମୋ ହୃଦୟର ଶେଷ କବିତା

ତୋ ଲାଜୁଆ...
ତୋ ଲାଜୁଆ ଓଠରେ ହସ ଅଳପ
ତୋ ଲାଜୁଆ ଓଠରେ ହସ ଅଳପ

ଦେଖି ଲେଖିଦିଏ ମୁଁ କେତେ ଗଳପ
ହାଏ, ଦେଖି ଲେଖିଦିଏ ମୁଁ କେତେ ଗଳପ

ତୋ ଗୋରା...
ତୋ ଗୋରା ପାଦରେ ନାଲି ଅଳତା
ତୋ ଗୋରା ପାଦରେ ନାଲି ଅଳତା

ଦେଖି ଲେଖିଦିଏ ମୁଁ କେତେ କବିତା
ହାଏ, ଦେଖି ଲେଖିଦିଏ ମୁଁ କେତେ କବିତା

କବିତା, କବିତା, କବିତା
ତୁ ମୋ ହୃଦୟର ଶେଷ କବିତା
ହାଏ, ତୁ ମୋ ହୃଦୟର ଶେଷ କବିତା



Credits
Writer(s): Dillip Biswal
Lyrics powered by www.musixmatch.com

Link