Lage Re Aaji

ଲାଗେ ରେ ଆଜି, ପାଇଛି ଖୋଜି
ନିଦ ନାହିଁ, ଯାହା ପାଇଁ ରାତି ସାରା
ଏଇ ହୃଦୟ ହେଇଛି ରାଜି
ନିଦ ଭୁଲି ଚେଇଁବାକୁ ରାତି ସାରା

କେମିତି ରେ କହିବି ତତେ?
ଭଲ ମୁଁ ପାଉଛି କେତେ
ଡର ଲାଗେ ଲାଗି ଯିବକି
କାହା ନଜର ତତେ

ଓଠ ଧାରେ କଥା ତୋର, ଯାହା ଅଛି ରେ ଲୁଚି
କହିଦେ ତୁ ସବୁ ଆଜି, ବାକି ନ ଥାଉ କିଛି
ତୋ ଦୁଷ୍ଟାମି ଲାଗେ ଭଲ, ଲାଗୁଛୁ ତୁ ନିଜର
ଏତେ କାହିଁ ଭଲ ଲାଗୁ? ପାଉନିରେ ଉତ୍ତର

ଲୁଚେଇଛି ସପନେ ତତେ
ଥିବୁ ତୁ ସବୁ ରାତିରେ
ଜିଇଁଛିରେ ଏଇ ବିଶ୍ୱାସେ
ରହିବୁ ମୋ ପାଖରେ

କାହିଁ ଲାଗେ ନ ଛୁଇଁବି ଛୁଇଁ ଯାଉଛୁ ମତେ?
ମନ ମୋର ଈର୍ଷା କରେ ଚାହିଁଲେ କିଏ ତତେ
ଫିକା ଦିଶେ ତୋଫା-ଜହ୍ନ ତୋ ଚେହେରା ଆଗେ
ଯୋଛନା ବି ଯାଏ ଜଳି ତୁ ଥିଲେ ମୋ ପାଖେ

ରଖିନେଲି ପ୍ରେମକୁ ତୋର
ହୃଦୟ ଅଦେଖା ଭାଗେ
ପାଇବାକୁ ତୋ ପ୍ରେମ ଆଜି
ଅନୁମତି ମୁଁ ମାଗେ



Credits
Writer(s): Kumar Shree, Somesh Satpathy
Lyrics powered by www.musixmatch.com

Link