Khusi Jete Jibanara

ଖୁସି ଯେତେ ଜୀବନର
ଅଧେ ତୋର, ଅଧେ ମୋର
ରଙ୍ଗ ଯେତେ ହୃଦୟର
ଅଧେ ତୋର, ଅଧେ ମୋର

ଝଲସ ସପନ ଆଖିରେ
ବରଷୁ ଫୁଲ ତୁ ବାଟରେ
କବିତା ଝରେ ତୋ ଓଠରେ
ମହକ ଭରୁ ତୁ ମନରେ
ଅଫେରା ସମୟ ଏ ନହେଉ ଶେଷ

ହସୁଥା ଏମିତି ନେଇ ତୁ ମୋ ହସ
ନସରୁ ମନରୁ ତୋର ଖୁସିର ବୟସ
ହସୁଥା ଏମିତି ନେଇ ତୁ ମୋ ହସ
ନସରୁ ମନରୁ ତୋର ଖୁସିର ବୟସ

ହୁଁ, ସମୟକୁ ରୋକି ଧୀରେ ଯିବା ଚାଲି ବହୁଦୂରେ
ପୃଥିବୀର ସୀମା ସେପାରେ
ହୋ, ସାଉଁଟିବା କିଛି କ୍ଷଣ, ଋତୁ ଫେରିଗଲା ପରେ
ସ୍ମୃତି ହେବ ସିଏ ମନରେ

ବାସ୍ନା ଯେତେ ସପନର
ଅଧେ ତୋର, ଅଧେ ମୋର
ତୃଷ୍ଣା ଯେତେ ଏ ଓଠର
ଅଧେ ତୋର, ଅଧେ ମୋର

ସକାଳ ଆସୁ ତୋ ନାଁରେ
ପବନ ବାସୁ ତୋ ଛୁଆଁରେ
ନସରୁ ବାଟ ତୋ ଅଧାରେ
ନଫେରୁ ଜହ୍ନ ତୋ ଗାଁରେ
ଅଭୁଲା ଏ ସମୟ ନହେଉ ଶେଷ

ହସୁଥା ଏମିତି ନେଇ ତୁ ମୋ ହସ
ନସରୁ ମନରୁ ତୋର ଖୁସିର ବୟସ
ହସୁଥା ଏମିତି ନେଇ ତୁ ମୋ ହସ
ନସରୁ ମନରୁ ତୋର ଖୁସିର ବୟସ

ହୁଁ, ଛାତିତଳେ ସାଇତିବା ଏ ମନର ସବୁକଥା
କଥା ଦିନେ ହେବ କବିତା
ଓ, ଭୁଲିବୁନି ଏଇ ଦିନ, ଦେଲା ରାଣ ଏ ଅତୀତ
ଦବୁ ଆଣି ସେଇ ମୁହୂର୍ତ୍ତ

ନିଦ ଯେତେ ପଲକର
ଅଧେ ତୋର, ଅଧେ ମୋର
ଆଶା ଯେତେ ଏ ମନର
ଅଧେ ତୋର, ଅଧେ ମୋର

ତୋ ବିନା ଜୀବନର କ୍ଷଣ
ମରଣ ଲାଗେ ପ୍ରତିକ୍ଷଣ
ତୁ ଥିଲେ ପାଖେ ପାଖେ ମୋର
ନିଶ୍ୱାସକୁ ନାହିଁ ମୋ ଡ଼ର
ଅଧୁରା ଏ କାହାଣୀ ନହେଉ ଶେଷ

ହସୁଥା ଏମିତି ନେଇ ତୁ ମୋ ହସ
ନସରୁ ମନରୁ ତୋର ଖୁସିର ବୟସ
ହସୁଥା ଏମିତି ନେଇ ତୁ ମୋ ହସ
ନସରୁ ମନରୁ ତୋର ଖୁସିର ବୟସ



Credits
Writer(s): Bapu Goswami, Goodly Ratha
Lyrics powered by www.musixmatch.com

Link