Mo Luha Padibala to Upore

ତୁ ଟାଣିଦେଲୁ ମୋ ଛାତିରେ ଗାର
ପାଦରେ ମୋ କୋଚିଦେଲୁ ପ୍ରେମକୁ ମୋର
ତୁ ଟାଣିଦେଲୁ ମୋ ଛାତିରେ ଗାର
ପାଦରେ ମୋ କୋଚିଦେଲୁ ପ୍ରେମକୁ ମୋର

କେମିତି ହେଲୁରେ ତୁ କହ ଏତେ ନିଷ୍ଠୁର?
ହୃଦୟକୁ ତୋର କରିଦେଲୁ ପଥର
ତୋ ସ୍ୱାର୍ଥ ପାଇଁ ଦେଲୁ ମାରିରେ

ମୋ ଲୁହ ପଡିବଲୋ ତୋ ଉପରେ
ତୁ ରହିପାରିବୁନି କେବେ ଖୁସିରେ
ମୋ ଲୁହ ପଡିବଲୋ ତୋ ଉପରେ
ତୁ ରହିପାରିବୁନି କେବେ ଖୁସିରେ

ଭୁଲେଇଦେଲୁ ତୁ ମିଠାକଥା କହି
ମନ ମୋ ଗଲା ତରଳି

ହୋ ଜାଣିନଥିଲି ତୁ ଖେଳୁଛୁ ମୋ ସାଥେ ପ୍ରେମର ଅନ୍ଧପୁଟୁଳି
ଅନ୍ତିଛୁରି ହେଇ କାଟିଦେଲୁ ମୋ ତଣ୍ଟି
ଛାଡ଼ିଦେଲୁ ମୋ ହାତ ଆଜି ପଡିଲି ଝୁଣ୍ଟି
ବଡ଼ ବେଇମାନି ହେଲୁରେ

ମୋ ଲୁହ ପଡିବଲୋ ତୋ ଉପରେ
ତୁ ରହିପାରିବୁନି କେବେ ଖୁସିରେ
ମୋ ଲୁହ ପଡିବଲୋ ତୋ ଉପରେ
ତୁ ରହିପାରିବୁନି କେବେ ଖୁସିରେ

ନିଜର କରିଲି ନିର୍ଦୟୀ ତୁ ହେଲୁ
କନ୍ଦେଇଦେଲୁ ତୁ ମୋତେ
ଭଲପାଇବାରେ ଭରିଲୁ ଛଳନା
ଧର୍ମ ସହିବନି ତତେ

ଆଖି ଲୁହରେ ମୋ ଖୁସି ଯିବ ତୋ ଭାସି
ନିଜ ପାଖେ ନିଜେ ହୋଇ ରହିବୁ ତୁ ଦୋଷୀ
ଜଳିବୁ ତୁ ଭାବି-ଭାବିରେ

ମୋ ଲୁହ ପଡିବଲୋ ତୋ ଉପରେ
ତୁ ରହିପାରିବୁନି କେବେ ଖୁସିରେ
ମୋ ଲୁହ ପଡିବଲୋ ତୋ ଉପରେ
ତୁ ରହିପାରିବୁନି କେବେ ଖୁସିରେ



Credits
Writer(s): Pinkun Jena, Jeet Baral
Lyrics powered by www.musixmatch.com

Link