Mo Deharu Jibana Gala

ମୋତେ କନ୍ଦେଇ, ମୋତେ ଭଣ୍ଡେଇ
କି ଲାଭହେଲା?
ମୋ ଦେହରୁ ଜୀବନଗଲା
ମୋ ଦେହରୁ ଜୀବନଗଲା

କହ ଫୁଲେଇ, କହ ଗେଲ୍ହେଇ କିଏ ମିଳିଲା?
ମୋ ଦେହରୁ ଜୀବନଗଲା
ମୋ ଦେହରୁ ଜୀବନଗଲା

ମୁଁ ହେଲି ପର, କିଏ ତୋ ନିଜର?
ଏତେ ସହଜରେ ହେଲା
ମୋ ଦେହରୁ, ମୋ ଦେହରୁ ଜୀବନଗଲା
ମୋ ଦେହରୁ ଜୀବନଗଲା

ସ୍ୱାର୍ଥ ପଛେ ତୁଲୋ ହେଲୁ ବାଟବଣା
ମୋ ସାଥେ କରି ଛଳନା
ସମ୍ପର୍କର ମୂଲ୍ୟ ପରିଲୁନି ଜାଣି
ଭୁଲିଗଲୁ ମୋ ଠିକଣା

ଓ ବେଶି ଭଲ ତତେ ପାଉଛି ବୋଲି
କାନ୍ଦୁଛି ମୁଁ ତୋ ପାଇଁ
କିଏ ସେ ବୁଝିବା ଏ ଛାତି ଦରଦ?
ବୁଝିବା ଲୋକ ତ ନାହିଁ
ଭାଙ୍ଗି ମୋ ସପନ, ନେଲୁ ମୋ ଜୀବନ
ଭୁଲ ମୋର କଉଠି ଥିଲା

ମୋ ଦେହରୁ, ମୋ ଦେହରୁ ଜୀବନଗଲା
ମୋ ଦେହରୁ ଜୀବନଗଲା

ବିଶ୍ୱାସ ଭାଙ୍ଗିଲୁ, ଖେଳିଲୁ ମୋ ସାଥେ
ତତେ ଚିହିଁ ପାରିଲିନି
ହୃଦୟ ତୋ ନାହିଁ, ତୁ ହୃଦୟହୀନା
ଜମା ତତେ ଭୁଲିବିନି

ହୋ, କଉ ଅପରାଧ କରିଥିଲି ତୋର?
ଏତେ ଶାସ୍ତି ଦେଲୁ ମୋତେ
ପ୍ରେମ ନଈରେ ତୁ ମରୁ-ମରିଚିକା
ତତେ ଖୋଜି ଲାଭ ନାହିଁ

ମିଠା ହସରେ ତୋ ଭରିଥିଲା ବିଷ
ମୋ ପ୍ରେମ ହରିଗଲା

ମୋ ଦେହରୁ, ମୋ ଦେହରୁ ଜୀବନଗଲା
ମୋ ଦେହରୁ ଜୀବନଗଲା
ମୋ ଦେହରୁ ଜୀବନଗଲା
ମୋ ଦେହରୁ ଜୀବନଗଲା



Credits
Writer(s): Jn Padma, Lory
Lyrics powered by www.musixmatch.com

Link