Nishi Bijane Bhabe Mane

ନିଶି ବିଜନେ ଭାବେ ମନେ
ମୁଁ କେମିତି ଜିଇଁଛି? କାହିଁକି ଜିଇଁଛି?
କେମିତି ଜିଇଁଛି ତୁମ ବିନେ, ତୁମ ବିନେ
ନିଶି ବିଜନେ

ମୋହରି ଆଶା ହାଏ ହେଲାନି ମୋର
ଜଣାବି ପଡ଼ିଲାଣି ଆପଣା ପର
ଢେଉର ସାଥେ ଖେଳି ରହିଲି କୂଳେ
ସାଗର ରହି ଗଲା ଅନେକ ଦୂରେ

ସେଇ ସପନେ ଖୋଜେ ମନେ
ମୁଁ କାହାକୁ ଜିଣିଛି, କାହାଠୁ ହାରିଛି
ମୁଁ କାହାକୁ ଜିଣିଛି ଅଭିମାନେ, ଅଭିମାନେ
ନିଶି ବିଜନେ

ସେ ଥିଲା ଏକ ମୋର ଆଶାର ଆଶା
ପ୍ରଥମ ପ୍ରଣୟର ପ୍ରଥମ ଭାଷା
କି ଲାଭ ଦୋଷ ଦେଇ କାହାକୁ ଏବେ
ଲୁହକୁ କେହି କିବା ବୁଝାଏ କେବେ

ଏଇ ନୟନେ ରହେ ଜଣେ
ମୁଁ ଯା'ଲାଗି ମରୁଛି, ନିତି ଯେ ଝୁରୁଛି
ଯା'ଲାଗି ମରୁଛି ରାତି ଦିନେ, ରାତି ଦିନେ

ନିଶି ବିଜନେ ଭାବେ ମନେ
ମୁଁ କେମିତି ଜିଇଁଛି? କାହିଁକି ଜିଇଁଛି?
କେମିତି ଜିଇଁଛି ତୁମ ବିନେ, ତୁମ ବିନେ
ନିଶି ବିଜନେ



Credits
Lyrics powered by www.musixmatch.com

Link