Chori Chori

ଚୋରି-ଚୋରି କଲୁ ମନ ଚୋରି
ଚୋରା ଚାହାଣିରେ ସୁନା-ଗୋରୀ
ଏମିତି ସୁନ୍ଦରୀ ଦେଖିନି ତୋ ପରି
ହସରେ କଲୁ କି କାରିଗରୀ?

ଚାହୁଁଥିବି ତତେ ମନ ଭରି
ଚାହିଁ-ଚାହିଁ ଯାଉ ଦିନ ସରି
ଏମିତି କାହାଣୀ ନଥିବ କାହାରି
କରିଦେଲୁ ଏ କି ଯାଦୁଗରୀ?

ସୁନା-ସୁନା ଲାଗେ ଯେବେ ନଥାଉ ତୁ ମୋ ପାଖେ
ଜଣାଶୁଣା ସବୁ ଅଜଣା ହୁଏ ମୋ ଆଗେ

ତୋ ପ୍ରେମରେ ମୋ ଠିକଣା ହଜେଇଦେଲି

ଚୋରି-ଚୋରି କଲୁ ମନ ଚୋରି
ଚୋରା ଚାହାଣିରେ ସୁନା ଗୋରୀ
ଏମିତି ସୁନ୍ଦରୀ ଦେଖିନି ତୋ ପରି
ହସରେ କଲୁ କି କାରିଗରୀ?

ଚାହୁଁଥିବି ତତେ ମନ ଭରି
ଚାହିଁ-ଚାହିଁ ଯାଉ ଦିନ ସରି
ଏମିତି କାହାଣୀ ନଥିବ କାହାରି
କରିଦେଲୁ ଏ କି ଯାଦୁଗରୀ?

କେବେ ଯଦି କହିଦେବି
ଆଖି ବୁଜି ଡାକିଦେବି
ଲାଜରେ ଯିବୁନି ଦୂରେଇ

ଯେତେ ଭାବେ ତୋ କଥା ମୁଁ
ସେତେ କହି ପାରେନା ମୁଁ
ରଖିଛି ନିଜକୁ ବୁଝେଇ

ମନ ସିଲଟରେ ଲେଖିଦେଇଯା ତୋ ହାତେ
ପ୍ରେମ ବ୍ୟାକରଣ ପଢୁଛି ଆଜି ତୋ ସାଥେ

ତତେ ନେଇ ମୋ ଦୁନିଆଁ ସଜେଇଦେଲି

ଚୋରି-ଚୋରି କଲୁ ମନ ଚୋରି
ଚୋରା ଚାହାଣିରେ ସୁନା ଗୋରୀ
ଏମିତି ସୁନ୍ଦରୀ ଦେଖିନି ତୋ ପରି
ହସରେ କଲୁ କି କାରିଗରୀ?

ଚାହୁଁଥିବି ତତେ ମନ ଭରି
ଚାହିଁ-ଚାହିଁ ଯାଉ ଦିନ ସରି
ଏମିତି କାହାଣୀ ନଥିବ କାହାରି
କରିଦେଲୁ ଏ କି ଯାଦୁଗରୀ?

ପ୍ରେମର ଏ ଅନୁଭୁତି
ତୋ ସାଥେ ମୁଁ ସାଉଁଟିଛି
ତୋ ନାଆଁରେ ଲେଖା ମୋ ଦିନ, ରାତି

ତୋ ପରି ସାଥୀ ପାଇ
ଆଉ କିଛି ଚାହେଁନାହିଁ
ଫିକା ତୋ ଆଗେ ହୀରା, ମୋତି

ନିଜଠାରୁ ବେଶୀ ଭରସା ମୁଁ ତତେ କରେ
କଥା ଦେଲି ତତେ, ଯିବିନି ତୋ ଠାରୁ ଦୂରେ

ଏକା-ଏକା ତୋ ବିନା ପାରେନା ରହି

ଚୋରି-ଚୋରି କଲୁ ମନ ଚୋରି
ଚୋରା ଚାହାଣିରେ ସୁନା-ଗୋରୀ
ଏମିତି ସୁନ୍ଦରୀ ଦେଖିନି ତୋ ପରି
ହସରେ କଲୁ କି କାରିଗରୀ?

ଚାହୁଁଥିବି ତତେ ମନ ଭରି
ଚାହିଁ-ଚାହିଁ ଯାଉ ଦିନ ସରି
ଏମିତି କାହାଣୀ ନଥିବ କାହାରି
କରିଦେଲୁ ଏ କି ଯାଦୁଗରୀ?



Credits
Writer(s): Ashok Das, Abinash Mishra
Lyrics powered by www.musixmatch.com

Link