Mo Suna Bhai

ତୁ ମୋ ଦେହର ଛାଇ
ମୁଁ ତୋ ଦେହର ଛାଇ
ତୁ ଥିଲେ ମୁଁ ଅଛିରେ
ତୁ ନ ଥିଲେ ମୁଁ ନାହିଁ

ତୁ ମୋ ଦେହର ଛାଇ
ମୁଁ ତୋ ଦେହର ଛାଇ
ତୁ ଥିଲେ ମୁଁ ଅଛିରେ
ତୁ ନ ଥିଲେ ମୁଁ ନାହିଁ

ଖୁସି ହେଲେ ତୁ, ଖୁସି ହୁଏ ମୁଁ
ସାରା ଦୁନିଆଁ ଭୁଲି ଯାଏ ମୁଁ
ଖାଲି ତୋ ପାଇଁ

ମୋ ଭାଇ
ମୋ ଭାଇ
ତୁ ମୋର ସୁନା ଭାଇ
ମୋ ଭାଇ
ଗେହ୍ଲା ଭାଇ
ତୁ ମୋର ସୁନା ଭାଇ

ଦୁଇ ଡ଼େଣା ଆମେ ଗୋଟେ ଚଢ଼େଇର
ତୋ ସାଥୀରେ ବନ୍ଧା ସ୍ନେହ ଡ଼ୋରି ଏଇ ଜୀବନର
ଦୁଇ ଫୁଲ ଆମେ ଗୋଟେ ଅଗଣାର
ଗୋଟିଏ ରକତ ବହୁଛି ଦେହରେ ତୋରମୋର

ବାକି ଥାଉରେ, ରାକ୍ଷୀ ପାଉଣା
ସୁନା ଚାହେଁନା, ରୂପା ଚାହେଁନା
କେବେ ମୋ ପାଇଁ

ମୋ ଭାଇ
ମୋ ଭାଇ
ତୁ ମୋର ସୁନା ଭାଇ
ମୋ ଭାଇ
ଗେହ୍ଲା ଭାଇ
ତୁ ମୋର ସୁନା ଭାଇ

କେବେ ରାଗ ରୁଷା, କେବେ ଅଭିମାନ
ସବୁ ସିନା ମିଛ ସତ ଖାଲି ଆମ ଏ ବନ୍ଧନ
ଏତିକି ସପନ ଏତିକି ମୋ ଆଶା
ତୋ ଚଲା ବାଟରେ ବରଷୁ ଥାଉରେ ଫୁଲ ବର୍ଷା

ହୀରା, ନିଳା ଠୁ ତୁ ଅଧିକା
ଭାଇଟିଏ ରେ ତୋ ପରିକା
ଜଗତେ ନାହିଁ

ମୋ ଭାଇ
ଗେହ୍ଲା ଭାଇ
ତୁ ମୋର ସୁନା ଭାଇ
ମୋ ଭାଇ
ଗେହ୍ଲା ଭାଇ
ତୁ ମୋର ସୁନା ଭାଇ



Credits
Writer(s): Baidyanath Dash
Lyrics powered by www.musixmatch.com

Link