Jhulana Kunjare Jhulana Jhulere

ଝୁଲଣାକୁଞ୍ଜ ରେ, ଝୁଲଣା ଝୁଲେ ରେ
ଝୁଲଣାକୁଞ୍ଜ ରେ, ଝୁଲଣା ଝୁଲେ ରେ

ଲାଗେ ବୃନ୍ଦାବନ ପରି ଶ୍ରୀକ୍ଷେତ୍ର ପୁରୀ

ଝୁଲେ ଦାମୋଦର ସାଥେ ରାଇକେଶରି
ଝୁଲେ ଦାମୋଦର ସାଥେ ରାଇକେଶରି

ରସିକଶେଖର ରାସ ରଚିଅଛି
ରସିକଶେଖର ରାସ ରଚିଅଛି
ଆହା, ମୋହନ ମାଧୁରୀ ପଡୁଛି ଝରି

ଝୁଲେ ଦାମୋଦର ସାଥେ ରାଇକେଶରି
ଝୁଲେ ଦାମୋଦର ସାଥେ ରାଇକେଶରି

ଶ୍ରୀଦେବୀ, ଭୂଦେବୀ ସାଥେ ମଦନ, ମୋହନ
କେଡ଼େ ରଙ୍ଗ ରସେ କୁଞ୍ଜେ କଲେ ଆଗମନ
କୃଷ୍ଣ ପ୍ରେମେ ସାଜିଛନ୍ତି ଭକ୍ତ ସବୁ ଗୋପୀ
ଝୁଲାନ୍ତି ଝୁଲଣ ରାଧେ କୃଷ୍ଣ ଜପି-ଜପି

ଫୁଲେ ସଜ ହୋଇ, ରାସେ ମଜ୍ଜି ଯାଇ
ଫୁଲେ ସଜ ହୋଇ, ରାସେ ମଜ୍ଜି ଯାଇ
ରାସ ରସ ବାଣ୍ଟୁଛନ୍ତି ରାସବିହାରୀ

ଝୁଲେ ଦାମୋଦର ସାଥେ ରାଇକେଶରି
ଝୁଲେ ଦାମୋଦର ସାଥେ ରାଇକେଶରି

କିଏ ନାଚେ? କିଏ ଗାଏ? କେ କରେ କୀର୍ତ୍ତନ?
ସ୍ୱର୍ଗେ ଥାଇ ଦେବ-ଦେବୀ କରନ୍ତି ଦର୍ଶନ
ଗ୍ରୀଷ୍ମତାପ ଶାନ୍ତ ହୁଏ ଆସିଲେ ଶ୍ରାବଣ
ମନତାପ ଦୂର ହୁଏ ଦେଖି ଏ ଝୁଲଣ

ଦ୍ୱାପର ରୁ କଳି, କେତେ ପାପୀ-ତପି
ଦ୍ୱାପର ରୁ କଳି, କେତେ ପାପୀ-ତପି
ତରି ଗଲେଣି ଧରି ଏ ଝୁଲଣ ଡ଼ୋରି

ଝୁଲେ ଦାମୋଦର ସାଥେ ରାଇକେଶରି
ଝୁଲେ ଦାମୋଦର ସାଥେ ରାଇକେଶରି



Credits
Writer(s): Prem Anand
Lyrics powered by www.musixmatch.com

Link