To Lagi Gopa Danda Mana

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା
ତୋ ଲାଗି ନଯିବି ଯମୁନା ରେ କାଳିଆ ସୁନା
ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା
ତୋ ଲାଗି ନଯିବି ଯମୁନା ରେ କାଳିଆ ସୁନା
ତୋ ଲାଗି ଗୋପଦାଣ୍ଡ ମନା

ନିତି ଏହି ବାଟେ ଯାଉ ରେ କାଳିଆ
ନିତି ଏହି ବାଟେ ଯାଉ
ନିତି ଏହି ବାଟେ ଯାଉ ରେ କାଳିଆ
ନିତି ଏହି ବାଟେ ଯାଉ

ଘାଟର କଉଡ଼ି ମାଗିଲେ କାଳିଆ
ମୂରଲୀ ବଜାଉ ଥାଉ ରେ କାଳିଆ ସୁନା

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା
ତୋ ଲାଗି ଗୋପଦାଣ୍ଡ ମନା

ତୁହି ଗୋପପୁର ରଜା ରେ କାଳିଆ
ତୁହି ଗୋପପୁର ରଜା
ତୁହି ଗୋପପୁର ରଜା ରେ କାଳିଆ
ତୁହି ଗୋପପୁର ରଜା

କେମନ୍ତ ସେ ଧରି ମୁରଲୀ ବଜାଉ?
ଆହୁରି ଟିକିଏ ବଜା ରେ କାଳିଆ ସୁନା

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା
ତୋ ଲାଗି ଗୋପଦାଣ୍ଡ ମନା

ତୁହି ବଡ଼ ଘର ପୁଅ ରେ କାଳିଆ
ମୁହି ବଡ଼ ଘର ବୋହୁ
ତୁହି ବଡ଼ ଘର ପୁଅ ୟରେ କାଳିଆ
ମୁହି ବଡ଼ ଘର ବୋହୁ

ସରମ ତୋ ମୁଖେ ନାହିଁ ରେ କାଳିଆ
ମରମ କଥାଟି କହୁ ରେ କାଳିଆ ସୁନା

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା
ତୋ ଲାଗି ଗୋପଦାଣ୍ଡ ମନା

ତୁହି ଅଟୁ ନନ୍ଦ ଚାଟ ରେ କାଳିଆ
ତୁହି ଅଟୁ ନନ୍ଦ ଚାଟ
ତୁହି ଅଟୁ ନନ୍ଦ ଚାଟ ରେ କାଳିଆ
ତୁହି ଅଟୁ ନନ୍ଦ ଚାଟ

ମଥୁରା ହାଟକୁ ଦଧି ବିକି ଗଲେ
ନିତି ମାଗୁଥାଉ ଘାଟ, ରେ କାଳିଆ ସୁନା

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା
ତୋ ଲାଗି ନଯିବି ଯମୁନା ରେ କାଳିଆ ସୁନା
ତୋ ଲାଗି ଗୋପଦାଣ୍ଡ ମନା



Credits
Writer(s): Puratana
Lyrics powered by www.musixmatch.com

Link