Kunjare Dine Sanjare

କୁଞ୍ଜରେ, ଦିନେ ସଞ୍ଜ ରେ
ରାସ କରୁଥିଲେ ଗୋପୀ ସାଙ୍ଗରେ

କୁଞ୍ଜରେ, ଦିନେ ସଞ୍ଜ ରେ
ରାସ କରୁଥିଲେ ଗୋପୀ ସାଙ୍ଗରେ
ଦେଖରେ, ଶ୍ରୀ ମନ୍ଦିରେ
ଆଜି ରାସ କରନ୍ତି କେତେ ଢ଼ଙ୍ଗ ରେ

ଶ୍ରୀ କ୍ଷେତ୍ର ଆଜି ଲାଗୁଛି, ସତେ ଗୋପ ଅଗଣା?

ଝୂଲେ ଝୂଲେରେ ଝୁଲଣା, ନନ୍ଦ ଦୁଲଣା
ଝୂଲେ ଝୂଲେରେ ଝୁଲଣା, ନନ୍ଦ ଦୁଲଣା

ଭିତର ବେଢ଼ା ର ଦକ୍ଷିଣ ପଟରେ
ଝୁଲଣା କୁଞ୍ଜ ଟି ସୁନ୍ଦର
ଭୂଦେବୀ, ଶ୍ରୀଦେବୀ ସାଙ୍ଗ ରେ ଝୁଲନ୍ତି
ରସରାଜ ନଟନାଗର

ଭିତର ବେଢ଼ା ର ଦକ୍ଷିଣ ପଟରେ
ଝୁଲଣା କୁଞ୍ଜ ଟି ସୁନ୍ଦର
ଭୂଦେବୀ, ଶ୍ରୀଦେବୀ ସାଙ୍ଗ ରେ ଝୁଲନ୍ତି
ରସରାଜ ନଟନାଗର

ଭାବନା ଡ଼ୋରି ରେ ଝୁଲୁଛି ଦେଖ କାଳିଆ ସୁନା

ଝୂଲେ ଝୂଲେରେ ଝୁଲଣା, ନନ୍ଦ ଦୁଲଣା
ଝୂଲେ ଝୂଲେରେ ଝୁଲଣା, ନନ୍ଦ ଦୁଲଣା

ଗାଗା-ରେଗା-ସାରେ-ନିସା, ନିସା-ନିପା-ମାପାନି-ମାପାସା
ଗାରେମାଗା-ପାମାଗା-ପାମା-ଗାରେ
ଗାରେନିସା-ପାନି-ମାପାନି-ମାପାନିସା

ଭକତ ଏଠି ତ ଗୋପୀ ପାଲଟିଛି
କାଳିଆ ସାଜିଛି କହ୍ନେଇ
ଚାଲିଛି କୀର୍ତ୍ତନ, ଚାଲିଛି ଭଜନ
କହ୍ନେଇ ଶୁଣୁଛି କାନେଇ

ଭକତ ଏଠି ତ ଗୋପୀ ପାଲଟିଛି
କାଳିଆ ସାଜିଛି କହ୍ନେଇ
ଚାଲିଛି କୀର୍ତ୍ତନ, ଚାଲିଛି ଭଜନ
କହ୍ନେଇ ଶୁଣୁଛି କାନେଇ

ମହକି ଯାଏ ସଜ ତୁଳସୀ, ଚନ୍ଦନ, କର୍ପୂର, ଝୁଣା

ଝୂଲେ ଝୂଲେରେ ଝୁଲଣା, ନନ୍ଦ ଦୁଲଣା
ଝୂଲେ ଝୂଲେରେ ଝୁଲଣା, ନନ୍ଦ ଦୁଲଣା



Credits
Writer(s): Baidyanath Dash
Lyrics powered by www.musixmatch.com

Link