Ajana Bate - Female Version

ହେହେ-ଆହାହା, ଓହୋ-ଲାଲାଲା
ହେହେ-ଆହାହା, ଓହୋ-ଲାଲାଲା

ଅଜଣା ବାଟେ, ଅଜଣା ହାଟେ
ପୁଅଟିଏ ଦେଖିଲି ହାଏ
ପହିଲି ଦେଖା, ମୁରୁକି ହସା
ମନ ଗଲା ଚହଲି

ସେଇ ଅଚିହ୍ନା ପୁଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ସତେ ଲାଗିଲା ଦେଖୁ ଦେଖୁ
ମୋରି ପାଇଁ ସେ ଦୁନିଆକୁ ଆସିଛି ବୋଲି

ଅଜଣା ବାଟେ, ଅଜଣା ହାଟେ ପୁଅଟିଏ ଦେଖିଲି

ହେହେ-ହୋ-ଉଁଉଁ-ଉଁ

ହୁଁ ଲାଜ ଲାଗୁଥିଲା ମୋତେ ଯେମିତି
ଡ଼ରୁଥିଲା ସିଏ ପୁଣି ସେମିତି
ହଁ ଚାଲିଗଲୁ ଦୁହେଁ ନିଜ ବାଟରେ
ମନ ରହିଗଲା ସେଇ ହାଟରେ

ହାଏ ଚୋରା ସେ ଚାହାଣିରେ
ଏଇ ଅକୁହା କାହାଣୀରେ
ହାଏ ଚୋରା ସେ ଚାହାଣିରେ
ଏଇ ଅକୁହା କାହାଣୀରେ
ବାକି ରହିଗଲା କହିବାକୁ ନାଁଟି ଖାଲି

ଅଜଣା ବାଟେ, ଅଜଣା ହାଟେ ପୁଅଟିଏ ଦେଖିଲି

ଭାସିଗଲା ସେହି ଭସା ବାଦଲ
ଆଖିରେ ମୋ ବଳିଦେଇ କଜଳ
ହୋ ଆଖି ଦେଲା, ଆଖି ନେଲା ମିଲାଣି
ସୁରୁ ହେଇ ସରିଗଲା କାହାଣୀ

ଆଶା ଆଶାରେ ଦିନ ଯାଏ
ଚୁପି ଚୁପି ମୋ ମନ କହେ
ହୋ ଆଶା ଆଶାରେ ଦିନ ଯାଏ
ଚୁପି ଚୁପି ମୋ ମନ କହେ
ମୋ ପରି ସେତ ଚାହିଁଥିବ ଝରକା ଖୋଲି

ଅଜଣା ବାଟେ, ଅଜଣା ହାଟେ
ପୁଅଟିଏ ଦେଖିଲି ହାଏ
ପହିଲି ଦେଖା, ମୁରୁକି ହସା
ମନ ଗଲା ଚହଲି

ସେଇ ଅଚିହ୍ନା ପୁଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ସତେ ଲାଗିଲା ଦେଖୁ ଦେଖୁ
ମୋରି ପାଇଁ ସେ ଦୁନିଆକୁ ଆସିଛି ବୋଲି

ଆହା-ଲାଲାଲା, ଉହୁଁ-ଲାଲାଲା
ଆହା-ଲାଲାଲା, ଉହୁଁ-ଲାଲାଲା



Credits
Writer(s): Abhijit Majumdar
Lyrics powered by www.musixmatch.com

Link