Ae Aakhi Ku Bharasa

ଏ ଆଖିକୁ ଭରଷା କରିବ କିଏ?
ଏ ଆଖିକୁ ଭରଷା କରିବ କିଏ?

କେବେ ହସୁ-ହସୁ କାନ୍ଦିଦିଏ
କେବେ କାନ୍ଦୁ-କାନ୍ଦୁ ହସିଦିଏ

ହୋ-ହୋ, ଏ ଆଖିକୁ ଭରଷା କରିବ କିଏ?

କେବେ ହସୁ-ହସୁ କାନ୍ଦିଦିଏ
କେବେ କାନ୍ଦୁ-କାନ୍ଦୁ ହସିଦିଏ
ହୋ-ହୋ, ଏ ଆଖିକୁ...

ନିଜ ମନଠାରୁ ବେଶୀ କିଏ ବା ଆପଣା?
ହେଲେ ସେ ତ ସବୁଦିନ ନିଜର ଅଜଣା

(ଆ, ଆ-ଆ-ଆ-ଆ)
(ଆ-ଆ-ଆ-ଆ)

ନିଜ ମନଠାରୁ ବେଶୀ କିଏ ବା ଆପଣା?
ହେଲେ ସେ ତ ସବୁଦିନ ନିଜର ଅଜଣା

ଏ ମନକୁ ଭରଷା କରିବ କିଏ?
ଏ ମନକୁ ଭରଷା କରିବ କିଏ?

କେବେ ସୁଖ ପାଇ ଦୁଃଖୀ ହୁଏ
କେବେ ଦୁଃଖ ପାଇ ସୁଖି ହୁଏ
ହୋ-ହୋ, ଏ ଆଖିକୁ...

ପ୍ରେମ କେବେ ମରୀଚିକା, କେବେ ମରୁଝର
କେବେ ଅତି ଆପଣାର, କେବେ ସାତ ପର

(ଆ, ଆ-ଆ-ଆ-ଆ)
(ଆ-ଆ-ଆ-ଆ)

ପ୍ରେମ କେବେ ମରୀଚିକା, କେବେ ମରୁଝର
କେବେ ଅତି ଆପଣାର, କେବେ ସାତ ପର

ଏ ପ୍ରେମକୁ ଭରଷା କରିବ କିଏ?
ଏ ପ୍ରେମକୁ ଭରଷା କରିବ କିଏ?

କେବେ ଭାଙ୍ଗୁ-ଭାଙ୍ଗୁ ଗଢ଼ିଦିଏ
କେବେ ଗଢ଼ୁ-ଗଢ଼ୁ ଭାଙ୍ଗିଦିଏ

ହେ-ହେ, ଏ ଆଖିକୁ ଭରଷା କରିବ କିଏ?

କେବେ ହସୁ-ହସୁ କାନ୍ଦିଦିଏ
କେବେ କାନ୍ଦୁ-କାନ୍ଦୁ ହସିଦିଏ

ହୋ-ହୋ, ଏ ଆଖିକୁ ଭରଷା କରିବ କିଏ?

କେବେ ହସୁ-ହସୁ କାନ୍ଦିଦିଏ
କେବେ କାନ୍ଦୁ-କାନ୍ଦୁ ହସିଦିଏ



Credits
Writer(s): Nizam, Akshaya Mohanty
Lyrics powered by www.musixmatch.com

Link