Dano Kichi Deye Parilini

ଦାନ କିଛି ଦେଇ ପାରିଲିନି
ଯଉତୁକ ଦେଇ ପାରିଲିନି

କନ୍ୟା ଦାନ ଦେଇ ସରଣ ପଶିଲି
ହାଏ, କନ୍ୟା ଦାନ ଦେଇ ସରଣ ପଶିଲି
ସମୁଦୀ ହେ କିଛି ବାରିବନି

ସମୁଦୀ ହେ କିଛି ବାରିବନି
ସମୁଦୀ ହେ କିଛି ବାରିବନି

ବଡ଼ ଅଲିଅଳି ଝିଅ ମୋର
ସହେ ନାହିଁ କଟୁ କଥା କାର
ବଡ଼ ଅଲିଅଳି ଝିଅ ମୋର
ସହେ ନାହିଁ କଟୁ କଥା କାର

ନିଜ ଝିଅ ପରି ଚଳେଇ ନବ ହେ
ଦୋଷ ଗୁଣ ତାର ଧରିବନି

ସମୁଦୀ ହେ କିଛି ବାରିବନି
ସମୁଦୀ ହେ କିଛି ବାରିବନି

ସର୍ବ ସୁଲକ୍ଷଣୀ ଧୁରନ୍ଧର
ପର କୁ କରେ ସେ ଆପଣାର
ସର୍ବ ସୁଲକ୍ଷଣୀ ଧୁରନ୍ଧର
ପର କୁ କରେ ସେ ଆପଣାର

ଘର ପାଇଟି କି ବାରିବାକୁ ନାହିଁ
କାମ ତାର କେହି ଛୁଇଁବେନି

ସମୁଦୀ ହେ କିଛି ବାରିବନି
ସମୁଦୀ ହେ କିଛି ବାରିବନି

ସଂଖୁଳା ବେଭାର ପଠେଇବି
ତା ବିଧିବିଧାନ ସାରିଦେବି
ସଂଖୁଳା ବେଭାର ପଠେଇବି
ତା ବିଧିବିଧାନ ସାରିଦେବି

ଆଣିବାକୁ ଯେବେ ଚାହିଁବି ସମୁଦୀ
ଛାଡ଼ିବାକୁ ମନା କରିବନି

ସମୁଦୀ ହେ କିଛି ବାରିବନି
ସମୁଦୀ ହେ କିଛି ବାରିବନି

ଦାନ କିଛି ଦେଇ ପାରିଲିନି
ଯଉତୁକ ଦେଇ ପାରିଲିନି

କନ୍ୟା ଦାନ ଦେଇ ସରଣ ପଶିଲି
ହାଏ, କନ୍ୟା ଦାନ ଦେଇ ସରଣ ପଶିଲି

ସମୁଦୀ ହେ କିଛି ବାରିବନି
ସମୁଦୀ ହେ କିଛି ବାରିବନି
ସମୁଦୀ ହେ କିଛି ବାରିବନି



Credits
Writer(s): Bhikari Bal
Lyrics powered by www.musixmatch.com

Link