Khoje Tuma Jhochana

ଭିନ୍ନ ନୁହେଁ ତୋ ସ୍ବପ୍ନ ମୋ ସ୍ବପ୍ନ
ଭିନ୍ନ ନୁହେଁ ତୋ ଆଶା ମୋ ଆଶା
ଭିନ୍ନ ନୁହେଁ ତୋ ସ୍ବପ୍ନ ମୋ ସ୍ବପ୍ନ
ଭିନ୍ନ ନୁହେଁ ତୋ ଆଶା ମୋ ଆଶା

ଭିନ୍ନ ନୁହେଁ ତୋ ଇଛା ମୋ ଇଚ୍ଛା
ଭିନ୍ନ ନୁହେଁ ତୋ ନିଶା ମୋ ନିଶା

ଭିନ୍ନ ହେଲେ ଆଖି ଆମ
ଦେଖେ ସିଏ ଗୋଟେ ସ୍ବପ୍ନ
ଅମାବାସ୍ୟା ବତୀ ଘରେ
ଜଳେ ସେଇ ପୂର୍ଣ୍ଣ-ଶିଖା

ମେଘ କାଇଁ ସହି ପାରେନା?
ମିଛେ କରେ ସେ ବାହାନା

ଚନ୍ଦ୍ରମା, ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ଚନ୍ଦ୍ରମା, ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା, ଲୁଚି ଯାଅନା, ଲୁଚି ଯାଅନା, ଲୁଚି ଯାଅନା

ହଜାରେ ମୋଡରେ, ହଜାରେ ଭିଡ଼ରେ
ଆଜିଯାଏଁ ଏ ମନକୁ, ତୋ ପରି କେହି ଜଣେ ଛୁଇଁପାରିନି
ହଁ, ହଜାରେ ମୋଡରେ, ହଜାରେ ଭିଡ଼ରେ
ଆଜିଯାଏଁ ଏ ମନକୁ, ତୋ ପରି କେହି ଜଣେ ଛୁଇଁପାରିନି

ଫର୍ଚା-ଫର୍ଚା ମନଟା ଫର୍ଚା
ଈର୍ଷାକରେ କାଇଁ ସେ ବର୍ଷା?
ଖୋଜେ ଆଜି ତୁମ ଯୋଛନା
ବୁଝି ତୁମେ କାଇଁ ବୁଝନା?

ଚନ୍ଦ୍ରମା, ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ଚନ୍ଦ୍ରମା, ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା, ଲୁଚି ଯାଅନା, ଲୁଚି ଯାଅନା

କୁହୁଡ଼ି ରାତିରେ, କୁହୁଡ଼ି ଫାଙ୍କରେ
ରହେ ଚାହିଁ ତୋ ବାଟକୁ
ତୋ କଥା ଭାବି-ଭାବି ଶୋଇ ପାରେନା

ହୋ, କୁହୁଡ଼ି ରାତିରେ, କୁହୁଡ଼ି ଫାଙ୍କରେ
ରହେ ଚାହିଁ ତୋ ବାଟକୁ
ତୋ କଥା ଭାବି-ଭାବି ଶୋଇ ପାରେନା

ତୋଫା-ତୋଫା ଗୋରା ସେ ଦେହ
କୃଷ୍ଣଚୂଡ଼ା ପରି ମୋ ପ୍ରିୟା
ଭେଦିଯାଏ ତୁମରି ତୃଷ୍ଣା
ଖୋଜେ ମୁଁ ତୁମ ଦେହ ବାସ୍ନା

ଚନ୍ଦ୍ରମା, ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ଚନ୍ଦ୍ରମା, ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ଚନ୍ଦ୍ରମା, ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ତୁମେ ମେଘ ତଳେ ଲୁଚି ଯାଅନା
ତୁମେ ମେଘ ତଳେ ଲୁଚି ଯାଅନା



Credits
Writer(s): Deepak Ranjan, Abhiram Sahoo
Lyrics powered by www.musixmatch.com

Link