Mo Katha Bhabibu Dine

ଆଜି ସିନା ହଉଚୁ ଖୁସି ମନେ-ମନେ
ମୋତେ ସିନା ଭାବୁଚୁ ଦୋଷୀ ମନେ-ମନେ
ମୋ କଥା ଭାବିବୁ ଦିନେ ତୁ
ମୋ କଥା ଭାବିବୁ ଦିନେ
ତୋ ଚଲା ବାଟେ ଛାଇ ଦେବା ପାଇଁ
ତୋ ମନ କଥା ଭାବିବା ପାଇଁ
ହଁ ଥିଲା ଜଣେ

ମୋ କଥା ଭାବିବୁ ଦିନେ ତୁ
ମୋ କଥା ଭାବିବୁ ଦିନେ
ମୋ କଥା ଭାବିବୁ ଦିନେ ତୁ
ମୋ କଥା ଭାବିବୁ ଦିନେ

ଭଲ ପାଇବାର ଭଲ ମୂଲ ଦେଲୁ
ଭାବିହେଲୁ ଲାଭ-କ୍ଷତି
ପ୍ରେମର ବାଜିରେ ଗଲେବି ତୁ ଜିତି
ଭୋଗିବୁ ତା ପରିଣତି

ତୁ ସିନା ଦେଖୁଚୁ ସୁନାର ସପନ
ମୋ ଆଖିରେ ନାହିଁ ନିଦ
ମୋ ପ୍ରେମକୁ ଦେଲୁ ପାଦରେ ଆଡ଼େଇ
ଧରିବୁ ଦିନେ ମୋ ପାଦ

କେମିତି ଅଛି ପ୍ରିୟା ତୋ ବିନା
ତୋ ବିନା ଏକା ଜିଇଁବି କି ନା?
ତୋ ମନ ଜାଣେ

ମୋ କଥା ଭାବିବୁ ଦିନେ ତୁ
ମୋ କଥା ଭାବିବୁ ଦିନେ
ମୋ କଥା ଭାବିବୁ ଦିନେ ତୁ
ମୋ କଥା ଭାବିବୁ ଦିନେ

ତୁ ସିନା ସୁନ୍ଦର, ମନ ତୋ ପଥର
ପ୍ରେମ ତୋର ଅଭିନୟ
ମିଛଥିଲା ତୋର ସବୁ ପ୍ରତିଶୃତି
ମିଛ ତୋର ହସ ଲୁହ

ଚିହିଁବାଟା ତତେ ନୁହେଁଲୋ ସହଜ
ଆଖି ଖାଇଯାଏ ଧୋଖା
ତୋ ପଛେ ଗୋଡେଇ କିଛି ଲାଭ ନାହିଁ
ଚାଲିବାକୁ ହବ ଏକା

ମୋ सच्चा ପ୍ରେମ କେବେ ପାଇବୁ ନାହିଁ
ଚାହିଁବୁ ଯେତେ ଭୁଲିବାପାଇଁ ମୁଁ ଥିବି ମନେ

ମୋ କଥା ଭାବିବୁ ଦିନେ ତୁ
ମୋ କଥା ଭାବିବୁ ଦିନେ
ମୋ କଥା ଭାବିବୁ ଦିନେ ତୁ
ମୋ କଥା ଭାବିବୁ ଦିନେ



Credits
Writer(s): Pramod Parida, Jn Padma
Lyrics powered by www.musixmatch.com

Link