Prema Barnabodha

ପାଗଳ ଭଅଁର ମୁଁଲୋ, ତୁ ଫଗୁଆଣି
ତୋ ସାଥେ ଲେଖା ମୋର କେତେ କାହାଣୀ
ଅନାମିକା ନାୟିକା ମୁଁ, ତୁ ଯାଯାବର
ତୋ ପରି ଦିନ ରାତି ମୋ ନଜର

ତୋ ପାଇଁ ସକାଳ ନିଦୁଆ ନିଦୁଆ
ମନ ମଉସୁମୀ ମେଘୁଆ ମେଘୁଆ
ତତେ ଯେତେ ପଢ଼େ ସେତେ ମିଳେ ଆନନ୍ଦ

ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ ତୁ ପ୍ରେମ ବର୍ଣ୍ଣବୋଧ
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ ତୁ ପ୍ରେମ ବର୍ଣ୍ଣବୋଧ

ଠୁମୁରୁ ଠୁମୁରୁ ପାଦରେ ତୋର ପାଉଁଜି ଶବଦ
ମୋର ଚୋରେଇଲା ନିଦ, ମୋର ହଜେଇଲା ନିଦ
ହଁ ଘୁମୁରୁ ଘୁମୁରୁ କଥାଟା ତୋର ମହୁଲି ସୁରେଇ
ମୋର ରାତି ଗଲା ନେଇ, ମୁଁ ପାରୁନାହିଁ ଶୋଇ

ତୁ ରାଜକୁମାରୀ କଉ କବିତାର?
ତୁନି ଏତେ କାଇଁ ଦେଇଦେ ଉତ୍ତର
ତୁ ଏକା ଜିଇଁବାର ଗୋଟେ ଶବଦ

ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ ତୁ ପ୍ରେମ ବର୍ଣ୍ଣବୋଧ
ହାଁ, ତୁ ପ୍ରେମ ବର୍ଣ୍ଣବୋଧ
ହଁ ତୁ ପ୍ରେମ ବର୍ଣ୍ଣବୋଧ

ମଧୁର ମଧୁର ତୋ ପାଇଁ ଲାଗେ ଅଫେରା ଜୀବନ
ତୁ ଛାତିର ସ୍ପନ୍ଦନ, ତୁ ଆଖିର ସପନ
ଆରେ ଆରେ, ନିଜର ନିଜର ଲାଗୁଛି ଏବେ ଅଧୁରା ଫଗୁଣ
ତୁ ଜିଇଁବା କାରଣ, ତୁ ଖୁସିର ମେଲଣ

ଫେରିବା ବାଟ ମୋ ଯାଇଛି ମୁଁ ଭୁଲି
ତୋ ବାଟେ ଚାଲୁଛି କାଇଁ ଆଜିକାଲି?
ତୁ ମୋର ଖରା, ବର୍ଷା, ଶୀତ, ହେମନ୍ତ

ତୁ ପ୍ରେମ ବର୍ଣ୍ଣବୋଧ
ହୋ-ଓ, ତୁ ପ୍ରେମ ବର୍ଣ୍ଣବୋଧ
ହାଏ, ତୁ ପ୍ରେମ ବର୍ଣ୍ଣବୋଧ
ହୁଁ-ହୁଁ, ତୁ ପ୍ରେମ ବର୍ଣ୍ଣବୋଧ



Credits
Writer(s): Bapu Goswami, Japani Ji
Lyrics powered by www.musixmatch.com

Link