Tu Gala Pare

ରାତିର, ନୀରବତା ଯେବେ ବଢ଼େ ରେ
ରାତିର, ନୀରବତା ଯେବେ ବଢ଼େ ରେ
ତୋ କଥା, ବେଶି-ବେଶି ମନେ ପଡ଼େ ରେ

ଅମାନିଆ ଲୁହ ମୋ ଝରେ ନୀରବରେ
ନିଇତି ମୁଁ ମରେ, ତୁ ଗଲା ପରେ-ପରେ
ଅମାନିଆ ଲୁହ ମୋ ଝରେ ନୀରବରେ
ନିଇତି ମୁଁ ମରେ, ତୁ ଗଲା ପରେ-ପରେ

ପାହାନ୍ତି, ଜହ୍ନ ଯେବେ ପୁଣି ବୁଡ଼େ ରେ
ତୋ ବାଟ, ଚାହିଁ-ଚାହିଁ ଶୋଇପଡ଼େ ରେ

ଅମାନିଆ ଲୁହ ମୋ ଝରେ ନୀରବରେ
ନିଇତି ମୁଁ ମରେ, ତୁ ଗଲା ପରେ-ପରେ

ଏ କେମିତି ଋତୁ ହାଏ?
ଏ କେମିତି ଅଚ୍ଚଟ? କରେ ଛଟପଟ

ଉଦାସି ମାଦକ ଭରେ ଯେବେ ମନରେ
ପିଆସି ଚାତକ ଭିଜେ ତୋ ପ୍ରେମରେ
ଗଙ୍ଗଶିଉଳି ମୁଁ ଫୁଟେ ସବୁ ରାତିରେ
ହେଲେ ତୋ ଅପେକ୍ଷାରେ ଝୁରି-ଝୁରି ଝଡ଼ିପଡ଼େ (ଝରିପଡ଼େ)

ସହର, ସବୁ ବତୀ ଲିଭିଲା ପରେ
ତୋ ସ୍ମୃତି, ହାତ ଠାରି ମୋତେ ଡ଼ାକେ ରେ

ଅମାନିଆ ଲୁହ ମୋ ଝରେ ନୀରବରେ
ନିଇତି ମୁଁ ମରେ, ତୁ ଗଲା ପରେ-ପରେ

ଏ କେମିତି ପ୍ରେମ ହାଏ?
ଏ କେମିତି ଯନ୍ତ୍ରଣା? କରେ ବାଟବଣା

ଅମଡ଼ା ବାଟରେ ଖୋଜେ ତୋତେ ସାଥି ରେ
କୁହୁଳେ ଏ ପ୍ରେମ ବେଦରଦି ଛାତିରେ
ତୋ ବିନା ଜୀବନ ନିଛାଟିଆ ମରୁରେ
କେମିତି ଜିଇଁଛି ମୁଁ ଦେଖିଯା ତୁ ଆସିଥରେ (ତୁ ଆସିଥରେ)

ଫେରିଆ, ଥା' ପଛେ ଯେତେ ଦୂରରେ
ଖୋଜୁଛି, ସବୁ ସୀମା ଟପିଆ ତୁ ରେ

ଅମାନିଆ ଲୁହ ମୋ ଝରେ ନୀରବରେ
ନିଇତି ମୁଁ ମରେ, ତୁ ଗଲା ପରେ-ପରେ
ଏ ଅମାନିଆ ଲୁହ ମୋ ଝରେ ନୀରବରେ
ନିଇତି, ନିଇତି ମରେ, ତୁ ଗଲା ପରେ-ପରେ



Credits
Writer(s): Sumit Dikshit
Lyrics powered by www.musixmatch.com

Link