Tu Aakhi Mun Sapana

ରଖିଥିବି ତତେ ସାଇତି ଏଇ ହୃଦୟରେ
ଦେଖୁଥିବି ତତେ ନୀତି ମୁଁ ଆଖି ପଲକରେ

ରଖିଥିବି ତତେ ସାଇତି ଏଇ ହୃଦୟରେ
ଦେଖୁଥିବି ତତେ ନୀତି ମୁଁ ଆଖି ପଲକରେ

ତୁ ଆସୁଚୁ ମୋ ସପନରେ
ତୁ ରହିଚୁ ମୋ ଭାବନାରେ
ତୋ ବିନା ନୁହେଁ କିଛି ମୋ ଜୀବନ

ତୁ ଆଖି ମୁଁ ସପନ
ମୁଁ ଦେହ ତୁ ସ୍ପନ୍ଦନ
ତୁ ଆଖି ମୁଁ ସପନ
ମୁଁ ଦେହ ତୁ ସ୍ପନ୍ଦନ

ହସ ତୋ ଲାଗୁଛି ମୋତି-ଝରା
ରାଗ ତୋ ବୈଶାଖୀ ପହିଲି ଖରା
ଆସୁଚୁ ଖାଲି ତୁ ଭାବନାରେ
ତୋ ଛବି ଦେଖେ ମୁଁ ସପନରେ

ତୋ ପାଇଁ ହେଇଚି ମୁଁ ଦିୱାନୀ
ତତେ ନଦେଖିଲେ ରହିପାରୁନି
ମୋ ସାତ ଜନ୍ମର ସାଥୀଟେ ତୁ
ପ୍ରେମର ପ୍ରଥମ ଅତିଥି ତୁ

ତୁ ଅସୁଚୁ ମୋ ସପନରେ
ତୁ ରହିଚୁ ମୋ ଭାବନାରେ
ତୋ ପାଖେ ହଜିଚି ଏଇ ମୋ ମନ

ତୁ ଆଖି ମୁଁ ସପନ
ମୁଁ ଦେହ ତୁ ସ୍ପନ୍ଦନ
ତୁ ଆଖି ମୁଁ ସପନ
ମୁଁ ଦେହ ତୁ ସ୍ପନ୍ଦନ

ତୋ ପ୍ରେମେ ପଡ଼ି ସବୁ ଭୁଲିଚି
ତୋ କଥା ଦିନ-ରାତି ଭାବୁଚି
ଆଖି ବୁଜିଲେ ତତେ ଦେଖୁଚି
ଆଖି ଖୋଲିଲେ ତୋ ଛବି ନାଚୁଚି

ମିଠା ଚାହାଣିରେ ତୁ ଚାହିଁଲୁ
ଜାଣେନା ପ୍ରେମରେ ପକେଇଲୁ
ପରଦେଶୀକୁ ନିଜର କଲୁ
ତୋ ହୃଦୟ ଭିତରେ ଜାଗା ଦେଲୁ

ତୁ ଅସୁଚୁ ମୋ ସପନରେ
ତୁ ରହିଚୁ ମୋ ଭାବନାରେ
ତୋ ବିନା ଅଧୁରା ଏଇ ମୋ ମନ

ତୁ ଆଖି ମୁଁ ସପନ
ମୁଁ ଦେହ ତୁ ସ୍ପନ୍ଦନ
ତୁ ଆଖି ମୁଁ ସପନ
ମୁଁ ଦେହ ତୁ ସ୍ପନ୍ଦନ



Credits
Writer(s): Bibhun, Chinmay Dash, Biku Babu
Lyrics powered by www.musixmatch.com

Link