O Saheba

ତତେ ପାଇ ବଞ୍ଚିବାର ଇଚ୍ଛା ବଢିଗଲା
ପ୍ରେମ ତୋର ହୃଦୟରେ ରଙ୍ଗ ଢ଼ାଳିଦେଲା

ହଁ, କହେ ତୋର ଛବି, "ତୁ ମୋର ପୃଥିବୀ"
ତୁ ଅଷ୍ଟମ अजूबा

ଓ साहिबा, ଓ साहिबा
ତୋ ବିନା ଜିଇଁବାଟା କି ଜିଇଁବା?
ଓ साहेबा, ଓ साहेबा
ତୋ ବିନା ଜିଇଁବାଟା କି ଜିଇଁବା?

ଆଜିକାଲି ନିଦ ମୋର ଭାରି ଅମାନିଆ ହୁଏ
ରାତିସାରା ତୋ ସପନ ହଁ, ଦେଖିବାକୁ ଖାଲି ଚାହେଁ
ହଁ, ଯେବେଠୁ ତୋ ସପନ ଆଖିରେ ବାନ୍ଧିଲା ବସା
ସଜ-ସଜ ସକାଳରେ ମହକିଲା ମୋର ଆଶା

ହଁ, ତୋ ଆଶା ସୁରଭି, ମୋ ପ୍ରେମ ପୂରବୀ
ମୋ ପାଇଁ ଭଲ ପାଇବା

ଓ साहिबा, ଓ साहिबा
ତୋ ବିନା ଜିଇଁବାଟା କି ଜିଇଁବା?
ଓ साहेबा, ଓ साहेबा
ତୋ ବିନା ଜିଇଁବାଟା କି ଜିଇଁବା?

ମନ ଥିଲା ଏକା-ଏକା, ତୁ ଯୋଡ଼ି ଦେଲୁ ଡେଣା
ରୋକିଲେବି ଉଡ଼ିଯାଏ, ଖୋଜି ତୋ ମନ ଠିକଣା
ହଁ, ତୋର ମୋର ହୃଦୟର ଗୋଟିଏ ଠିକଣା ଆଜି
ହେଲେ ତତେ ପାଇବାକୁ ଖେଳେ କାଇଁ ପ୍ରେମ-ବାଜି?

ହଁ ସେଇ ପ୍ରେମ-ବାଜି ଶିଖେଇଲା ଆଜି, ନିଜକୁ ନିଜେ ଭୁଲିବା

ଓ साहेबा, ଓ साहेबा
ତୋ ବିନା ଜିଇଁବାଟା କି ଜିଇଁବା?
ଓ साहिबा, ଓ साहिबा
ତୋ ବିନା ଜିଇଁବାଟା କି ଜିଇଁବା?



Credits
Writer(s): Abhijit Majumdar
Lyrics powered by www.musixmatch.com

Link