Kala Soudagara

କଳା ସଉଦାଗର ରେ କଳା ସଉଦାଗର
କଳା ସଉଦାଗର ରେ କଳା ସଉଦାଗର

ପୁଣ୍ୟରେ ଭରିଛି ତୋ ସୁନା ବୋଇତ
ପୁଣ୍ୟରେ ଭରିଛି ତୋ ସୁନା ବୋଇତ
ପାପରେ ଭରା ମୋ ଘର

ଥରେ କରିଦେ-କରିଦେ ରେ ଅଦଳବଦଳ
ଥରେ କରିଦେ-କରିଦେ ରେ ଅଦଳବଦଳ
କଳା ସଉଦାଗର ରେ କଳା ସଉଦାଗର
କଳା ସଉଦାଗର ରେ କଳା ସଉଦାଗର

ଏମିତି ସଉଦାଗର
ଯେତେ ଦଉଥିଲେ ତୋର
ହୁଏନାହିଁ କେବେ ଶୂନ୍ୟ

ତୋହରି ହାତରୁ ଦାନ
ଜିଏ ପାଏ ସିଏ ଧନ୍ୟ
ସୁଖେ ତାର ଯାଏ ଦିନ

ସୁଖରେ ଭରିଛି ତୋ ସୁନା ବୋଇତ
ସୁଖରେ ଭରିଛି ତୋ ସୁନା ବୋଇତ
ଦୁଃଖରେ ଭରା ମୋ ଘର

ଥରେ କରିଦେ-କରିଦେ ରେ ଦୁଃଖରୁ ଉଦ୍ଧାର
ଥରେ କରିଦେ-କରିଦେ ରେ ଦୁଃଖରୁ ଉଦ୍ଧାର
କଳା ସଉଦାଗର ରେ କଳା ସଉଦାଗର
କଳା ସଉଦାଗର ରେ କଳା ସଉଦାଗର

ଜାଣିଛି ଜୀବନ ମୋର
ଦି ଦିନର ବାଲିଘର
ଟିକେ ହସ ଟିକେ ଲୁହ

ଏ ଭବସାଗରେ ତୋର
ବୋଇତ ଆସରା ମୋର
ଆଉ ସବୁ କୁଟାଖିଅ

ଦାନରେ ଭରିଛି ତୋ ସୁନା ବୋଇତ
ଦାନରେ ଭରିଛି ତୋ ସୁନା ବୋଇତ
ଅଭାବେ ଭରା ମୋ ଘର

ଭାବ ଭରିଦେ-ଭରିଦେ ରେ ଭାବର ଠାକୁର
ଭାବ ଭରିଦେ-ଭରିଦେ ରେ ଭାବର ଠାକୁର



Credits
Writer(s): Prem Anand
Lyrics powered by www.musixmatch.com

Link