Adha Kasa Anka

ଅଧା କଷା ଅଙ୍କଟେ ତୁ ଥିଲୁ
ମୋ ସ୍ୱପ୍ନର କଳାପଟାରେ
କେମିତି ଆପେ ତୁ ଲିଭିଗଲୁ (ଲିଭିଗଲୁ)
ଛାତିରେ ସମ୍ପର୍କର ସ୍ପନ୍ଦନଟେ ଥିଲୁ
କେମିତି ତୁ ଆପେ ଥମିଗଲୂ

ବସନ୍ତେ କି ପାଖାପାଖି ପୁଣି ଥରେ
ମାପନ୍ତୁ ମୋ ପ୍ରେମକୁ ତୁ ଲୁହ ସାଙ୍ଗରେ

ରାତିର ଅନ୍ଧାର ନୀରବତା ଭିତରେ
ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ
ରାତିର ଅନ୍ଧାର ନୀରବତା ଭିତରେ
ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ
ରାତିର ଅନ୍ଧାର ନୀରବତା ଭିତରେ
ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ଦି ଆଖିର ଲୁହ ମୋର
ଖେଳନ୍ତି ରେ ବାଜି ଖେଳ
କିଏ ସେ ଝୁରୁଛି ବେଶି?
ଖୁସିର ଖୋଳପା ତଳେ
କୋହ ମୋର ମୋତେ ଜାଳେ
ପାରନ୍ତି କି ସତରେ ହସି

ବୁଜିବାକୁ ଆଖି ଭାରି ଡ଼ର ଲାଗେ ରେ
ଲୁହ କହେ ରହିଯା ତୁ ଆଉ ପାରୁନି ରେ

ରାତିର ଅନ୍ଧାର ନୀରବତା ଭିତରେ
ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ
ରାତିର ଅନ୍ଧାର ନୀରବତା ଭିତରେ
ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ
ରାତିର ଅନ୍ଧାର ନୀରବତା ଭିତରେ
ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ଶୀତଳ ହାତରେ ମୋର
ଉଷୁମ ବରଷା ତୋର
ସତ ନା ସ୍ଵପ୍ନ ପାହାନ୍ତିର

ଆପଣା ସହରେ ମୋତେ
ପରଦେଶୀ ସଜେଇଲୁ
ସବୁ ଥାଇ ହେଲି ଯାଯାବର
ଚାହିଁବିନି ବୁଲି କେବେ ପୁଣି ଥରେ
କହିଦିଏ ସିନା ହେଲେ ପୁଣି ଝୁରେ

ରାତିର ଅନ୍ଧାର ନୀରବତା ଭିତରେ
ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ
ରାତିର ଅନ୍ଧାର ନୀରବତା ଭିତରେ
ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ
ରାତିର ଅନ୍ଧାର ନୀରବତା ଭିତରେ
ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ



Credits
Writer(s): Abhijit Tripathy
Lyrics powered by www.musixmatch.com

Link